Below header

ଆଜି ସରୁଛି ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ଅବଧି, ନକରିଥିଲେ ଆସନ୍ତାକାଲିଠୁ ଦେବାକୁ ପଡିବ ୧୦୦୦ ଟଙ୍କା ଫାଇନ୍‌

ନୂଆଦିଲ୍ଲୀ: ଆଜି ସରୁଛି ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ ଅବଧି । ଆଜି ମଧ୍ୟରେ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ କରିବାକୁ ପଡିବ । ନ ହେଲେ ଦେବାକୁ ପଡିବ ୧୦୦୦ ଟଙ୍କା ଫାଇନ୍‌ । ଆସନ୍ତାକାଲିଠୁ ଏହି ଫାଇନ୍‌ ଦେବାକୁ ହେବ । ଲିଙ୍କ୍‌ ହୋଇନଥିଲେ ପ୍ୟାନ କାର୍ଡ ନିଷ୍କ୍ରିୟ ହୋଇଯିବ । ୫୦ ହଜାର ଟଙ୍କାର ଟ୍ରାଞ୍ଜାକସନ୍‌ରେ ପାନ କାର୍ଡ ବାଧ୍ୟତାମୂଳକ ହୋଇଛି ।

ଏହାସହ ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିଲେ ପାନ କାର୍ଡର ଆବଶ୍ୟକତା ରହିଛି । ସେୟାର କାରବାରରେ ମଧ୍ୟ ପାନ୍‌ କାର୍ଡକୁ ବାଧ୍ୟତାମୂଳକ କରାଯାଇଛି । ୨୦୧୯ରେ ଆୟକର ବିଭାଗ ପାନ୍‌ କାର୍ଡ ସହ ଆଧାର ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହାର ଅବଧି ବାରମ୍ବାର ବଢ଼ା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.