ଶିଶୁଙ୍କ ଦାନ୍ତ ଘଷିବା ପାଇଁ ସଠିକ୍ ଟୁଥପେଷ୍ଟ ଚୟନ କରିବା ଜରୁରୀ, ଜାଣନ୍ତୁ କେଉଁ ଟୁଥପେଷ୍ଟରେ ଶିଶୁଙ୍କ ଦାନ୍ତ ଘଷାଇବେ

ଦାନ୍ତ ଘଷିବା ଶରୀର ପାଇଁ ଜରୁରୀ। ଆଉ ଆପଣ ସିନା ଏକଥା ଜାଣିଛନ୍ତି କିନ୍ତୁ ଛୋଟ ଶିଶୁ ଏହା ବିଷୟରେ ଅବଗତ ନଥାଏ। ତେଣୁ ଯେତେବେଳେ ଶିଶୁଙ୍କର ଦାନ୍ତ ଉଠିଯାଏ ଏବଂ ତାହା ଟିକେ ବଡ ହୋଇଯାଏ ସେତେବେଳେ ମା’ ଶିଶୁର ଦାନ୍ତ ଘଷାନ୍ତି । ମାତ୍ର ଦେଖାଯାଏ ଅଧିକାଂଶ ଲୋକ ଶିଶୁଙ୍କୁ ସେହି ଟୁଥପେଷ୍ଟରେ ଦାନ୍ତ ଘଷାନ୍ତି ଯେଉଁଥିରେ ଘରର ଅନ୍ୟ ସଦସ୍ୟମାନେ ଦାନ୍ତ ଘଷିଥାନ୍ତି । ମାତ୍ର ଏଭଳି କରିବା କ୍ଷତିକାରକ ହୋଇଥାଏ । ଏଭଳି କରିବା ଦ୍ବାରା ଶିଶୁମାନେ ମୁଖ ଗହ୍ବର ରୋଗ ସହ ଅନ୍ୟ ରୋଗର ମଧ୍ୟ ଶିକାର ହୋଇଥାନ୍ତି । ଶିଶୁମାନଙ୍କର ଦାନ୍ତର ରକ୍ଷଣାବେକ୍ଷଣ କରିବା ଲାଗି ଦାନ୍ତ ଘଷିବା ଜରୁରୀ ହୋଇଥାଏ । ମାତ୍ର ସେମାନଙ୍କ ପାଇଁ ଟୁଥପେଷ୍ଟର ଚୟନ କରିବା ସମୟରେ କିଛି ବିଶେଷ ବିଷୟ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ ।

ଫ୍ଲୋରାଇଡ୍ ମୁକ୍ତ ଟୁଥପେଷ୍ଟ :

ଶିଶୁମାନଙ୍କୁ ଦାନ୍ତ ଘଷାଇବା ସମୟରେ ଟୁଥପେଷ୍ଟକୁ ନଢୋକି ପକାଇବା ଶିଖାନ୍ତୁ । ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ଶିଶୁ ଟୁଥପେଷ୍ଟ ପକାଇବା ଶିଖିନାହିଁ ସେପର୍ଯ୍ୟନ୍ତ ଫ୍ଲୋରାଇଡ୍ ମୁକ୍ତ ଟୁଥପେଷ୍ଟର ବ୍ୟବହାର କରନ୍ତୁ । ଏହା ଶିଶୁମାନଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ । ଶିଶୁମାନଙ୍କୁ ନିଜ ଦାନ୍ତ ନିଜେ ଘଷିବା ଶିଖାନ୍ତୁ । ଯାହାର ତଦାରଖ କରିବା ପାଇଁ ତାଙ୍କ ପାଖରେ ଆପଣ ରୁହନ୍ତୁ ।

ବଡ ଶିଶୁମାନଙ୍କ ପାଇଁ ଫ୍ଲୋରାଇଡ୍ ଯୁକ୍ତ ଟୁଥ୍ ପେଷ୍ଟ :

ଯେତେବେଳେ ଆପଣଙ୍କ ଶିଶୁ ଟୁଥପେଷ୍ଟକୁ ଢୋକିବା ବଦଳରେ ପକାଇବା ଶିଖିଯିବ ସେତେବେଳେ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟର ବ୍ୟବହାର କରନ୍ତୁ । କାରଣ ଫ୍ଲୋରାଇଡ୍ ଦାନ୍ତର ଏନାମେଲକୁ ଶକ୍ତ କରିଥାଏ । ଯାହାଦ୍ବାରା ଦନ୍ତକ୍ଷୟ କମ୍ ହୋଇଥାଏ । ମାତ୍ର ଧ୍ୟାନ ରଖନ୍ତୁ ଯେ, ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ଯେପରି ଶିଶୁର ପେଟକୁ ନଯାଏ । ଅଧିକାଂଶ ଶିଶୁଙ୍କୁ ୬-୭ ବର୍ଷ ବୟସ ପର୍ଯ୍ୟନ୍ତ ଦାନ୍ତ ଘଷିବାପାଇଁ ସାହାଯ୍ୟର ଆବଶ୍ୟକତା ରହିଥାଏ ।

paste

ଅଧିକ ଫ୍ଲୋରାଇଡ୍ ମଧ୍ୟ କ୍ଷତିକାରକ :

ବିଭିନ୍ନ ପ୍ରକାରର ଟୁଥପେଷ୍ଟ ବଜାରରେ ଉପଲବ୍ଧ ହେଉଛି । ବଜାରରେ ମିଳୁଥିବା ଅଧିକାଂଶ ଟୁଥପେଷ୍ଟରେ ଫ୍ଲୋରାଇଡ୍ ରହିଥାଏ । ମାତ୍ର ଫ୍ଲୋରାଇଡ୍ର ମାତ୍ରା ଅଲଗା ଅଲଗା ପେଷ୍ଟରେ ଭିନ୍ନ ଭିନ୍ନ ପରିମାଣର ଥାଏ । ଧ୍ୟାନ ରଖନ୍ତୁ ଯେ ବହୁତ ଅଧିକ ଫ୍ଲୋରାଇଡ୍ ଦ୍ବାରା ଦାନ୍ତ କ୍ଷୟ ହୋଇଥାଏ । ଏଥିପାଇଁ ଶିଶୁମାନଙ୍କ ପାଇଁ କମ୍ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ଚୟନ କରନ୍ତୁ । ଫ୍ଲୋରାଇଡ୍ର ମାତ୍ରା ଆପଣ ଟୁଥପେଷ୍ଟର ଖୋଳରେ ଦେଖିପାରିବେ ।

ଟୁଥପେଷ୍ଟର ସ୍ବାଦ :

ବୟସ୍କମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଅଧିକାଂଶ ଟୁଥପେଷ୍ଟରେ ପୁଦିନା, ଲବଙ୍ଗ ଭଳି ଥଣ୍ଡା ଫ୍ଲେଭର ବ୍ୟବହୃତ ହୋଇଥାଏ । ଛୋଟ ଶିଶୁମାନଙ୍କର ଦାନ୍ତ ବୟସ୍କମାନଙ୍କ ଦାନ୍ତଠାରୁ ଅଧିକ ସେନସିଟିଭ୍ ହୋଇଥାଏ। ତେଣୁ ଏହାର ସ୍ବାଦ ସେମାନଙ୍କୁ ଭଲ ଲାଗିନଥାଏ ଏବଂ ସେମାନଙ୍କ ଦାନ୍ତକୁ କ୍ଷତି ହୋଇଥାଏ । ଏଥିପାଇଁ ବଜାରରେ ଛୋଟ ଶିଶୁମାନଙ୍କ ପାଇଁ ବିଶେଷ ଫଳର ସ୍ବାଦ ଯୁକ୍ତ ଟୁଥପେଷ୍ଟ ଆସିଥାଏ । ଆରମ୍ଭରୁ ଶିଶୁମାନଙ୍କ ପାଇଁ ସେହିଭଳି ଟୁଥପେଷ୍ଟର ବ୍ୟବହାର କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.