ଆନ୍ଦୋଳନରୁ ହଟିଲେ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ, ଅଫଲାଇନ୍‌ରେ କ୍ଲାସ ଭିତରେ ଦେଉଛନ୍ତି ପରୀକ୍ଷା

କଟକ: ଆନ୍ଦୋଳନରୁ ହଟିଲେ ବୋଷ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ। ଅଫଲାଇନ୍‌ରେ ପରୀକ୍ଷା ଦେବାକୁ କ୍ଲାସ ଭିତରେ ପ୍ରବେଶ କରି ପରୀକ୍ଷା ଦେଉଛନ୍ତି। ଅନଲାଇନ୍‌ରେ ପରୀକ୍ଷା ଦେବାକୁ ଦାବି କରି ଗତକାଲିଠୁ ସ୍କୁଲ ଗେଟ୍‌ ଆଗରେ ଧାରଣାରେ ବସିଥିଲେ।

୩ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ପରେ ସ୍କୁଲ ବନ୍ଦ କରିବା ଦାବିରେ ଛାତ୍ର ଆଶାନ୍ତି ଦେଖାଦେଇଥିଲା । ସଂକ୍ରମଣ ବଢିବା ଆଶଙ୍କାରେ ଆଜିଠାରୁ ହେବାକୁ ଥିବା ଅଫଲାଇନ୍‌ ପରୀକ୍ଷା ବନ୍ଦ କରି ଅନ୍‌ଲାଇନରେ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। ପରେ କଲେଜ କର୍ତ୍ତୁପକ୍ଷ ପିଲାମାନଙ୍କୁ ବୁଝାସୁଝା କରି ଧାରଣାରୁ ଉଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.