Below header

ବାଲେଶ୍ବର: ଗୋଡରେ ଗୁଳିମାଡ଼ କରି ଆକାଉଣ୍ଟାଣ୍ଟଙ୍କ ଠାରୁ ଲୁଟି ନେଲେ ୬ ଲକ୍ଷ ଟଙ୍କା

ବାଲେଶ୍ବର(କେ ନ୍ୟୁଜ): ବାଲେଶ୍ବର ଜାତୀୟ ରାଜପଥ ବଣ ପାରିଆ ଷ୍ଟେଟ ବ୍ୟାଙ୍କ ନିକଟରେ ଗୁଳିମାଡ଼ ଘଟଣା ଘଟିଛି । ଗୁଳିମାଡ଼ରେ କମ୍ପାନୀର ଜଣେ ଆକାଉଣ୍ଟାଣ୍ଟ ଗୁରୁତର ଭାବେ ଆହତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆକାଉଣ୍ଟାଣ୍ଟ ଜଣଙ୍କ ସାଙ୍ଗରେ ୬ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ କୁ ଜମା କରିବାକୁ ଯାଉଥିଲେ । କୌଣସି ସୂତ୍ରରୁ ସୂଚନା ପାଇ ଦୁର୍ବୃତ୍ତ ମାନେ ଗୋଡ଼କୁ ଗୁଳି ମାଡ଼ କରି ଟଙ୍କା ଛଡ଼ାଇ ନେଇଥିଲେ । ଘଟଣା ସ୍ଥଳରେ ବାଲେଶ୍ଵର ସଦର ଏସଡିପିଙ୍କ ସମେତ ଖନ୍ତାପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଫୁଟିଥିବା ଗୁଳି ଗୁଡିକୁ ମଧ୍ୟ ପୋଲିସ ଜବତ କରିଛି । କିନ୍ତୁ ସାଙ୍ଗରେ ଯାଉଥିବା ସିକ୍ୟୁରିଟି ଗାର୍ଡ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁରୁତର ଆକାଉଣ୍ଟାଣ୍ଟ ଜଣଙ୍କ ପରିଚୟ ମିଳିଥିବା ବେଳେ ତାଙ୍କ ନାଁ ଅଶୋକ କୁମାର ଜେନା ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.