Below header

ବଳାତ୍କାରୀଙ୍କ ଗଡ଼ ପାଲଟିଛି ପାକିସ୍ତାନ ! ୬ ବର୍ଷରେ ୨୨ ହଜାର ଦୁଷ୍କର୍ମ, କିନ୍ତୁ ଦଣ୍ଡ ପାଇଛନ୍ତି ମାତ୍ର ୭୭ ଜଣ ନରପିଶାଚ

ପାକିସ୍ତାନରେ ପ୍ରତିଦିନ ଅତିକମରେ ୧୧ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ଗତ ୬ ବର୍ଷରେ ୨୨ ହଜାରରୁ ଅଧିକ ମାମଲା ଥାନାରେ ରୁଜୁ କରାଯାଇଛି କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ସେଥିରୁ କେବଳ ୭୭ ଜଣଙ୍କୁ ଦଣ୍ଡ ମିଳିଛି। ଯାହା ଅପରାଧର ମାତ୍ର ୦.୩ ପ୍ରତିଶତ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସଂଖ୍ୟା ପୋଲିସ, ଆଇନ ଏବଂ ନ୍ୟାୟ ଆୟୋଗ, ପାକିସ୍ତାନ ମାନବାଧିକାର ଆୟୋଗ, ମହିଳା ଫାଉଣ୍ଡେସନ ଏବଂ ପ୍ରାନ୍ତୀୟ କଲ୍ୟାଣ ଏଜେନ୍ସୀ ଦ୍ୱାରା ପ୍ରାପ୍ତ କରାଯାଇଛି।

ଏହାବ୍ୟତୀତ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ବାସ୍ତବରେ ଏହି ଅପରାଧ ସଂଖ୍ୟା ୬୦ ହଜାରରୁ ଅଧିକ ହୋଇପାରେ, କିନ୍ତୁ ଅଧିକାଂଶ ମାମଲା ଚାପ ଦ୍ୱାରା ରୁଜୁ କରାଯାଇନାହିଁ। ସେହିପରି ଏହାମଧ୍ୟ ସାମ୍ନାକୁ ଆସିଛି ଯେ ଦୁଷ୍କର୍ମର ଅଧିକାଂଶ ମାମଲା ବଲୁଚିସ୍ତାନ, ପାକ ଅଧିକୃତ କଶ୍ମୀରରେ ଘଟିଛି। ବଢ଼ୁଥିବା ଦୁଷ୍କର୍ମ ଘଟଣା ଉପରେ ଚୁପ୍ ବସିଥିବା ଇମରାନ୍ ସରକାର ଏବେ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ପାକିସ୍ତାନର କ୍ୟାବିନେଟ ଠାରୁ ମଞ୍ଜୁରୀ ମିଳିବା ପରେ ମଙ୍ଗଳବାର ରାଷ୍ଟ୍ରପତି ଆରିଫ ଅଲ୍ଵି ନୂଆ ଦୁଷ୍କର୍ମରୋଧୀ ଅଧ୍ୟାଦେଶ ଉପରେ ହସ୍ତାକ୍ଷର କରିଛନ୍ତି। ରାଷ୍ଟ୍ରପତି କାର୍ଯ୍ୟାଳୟଳର ଏକ ବୟାନ ଅନୁଯାୟୀ ଏହି କାନୁନ୍ ପରେ ଦେଶରେ ବିଶେଷ ଅଦାଲତ ଗଠନ ହେବ ଏବଂ ଏଥିରେ ମହିଳା ଏବଂ ପିଲାଙ୍କ ବିରୋଧରେ ଦୁଷ୍କର୍ମ ମାମଲାର ତ୍ୱରିତ ଶୁଣାଣି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.