Below header

ଆସନ୍ତାକାଲି ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ, ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି ଜାରି

ଯାଜପୁର: ଆସନ୍ତାକାଲି ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ମନ୍ଦିର ଖୋଲିବା ଓ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ଏହି ଏସଓପି ଅନୁଯାୟୀ ମନ୍ଦିର ଭିତରେ ବ୍ଯାରିକେଡର ବ୍ୟବସ୍ଥା ହୋଇଛି । ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଲାଇନ ହୋଇଛି । ସାମାଜିକ ଦୂରତା ରକ୍ଷା କରିବା ପାଇଁ ରଙ୍ଗ ଦ୍ୱାରା ଗୋଲେଇ ଚିତ୍ର ଅଙ୍କା ଯାଇଛି ।

ଭକ୍ତ ମାନେ ସକାଳ ୬ଟାରୁ ମାଙ୍କ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ମାଙ୍କୁ ଦର୍ଶନ କରିବା ପରେ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବେ। ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମନ୍ଦିର ଖୋଲାରହିବ । ଆଜି ପ୍ରଶାସନ ପକ୍ଷରୁ ମନ୍ଦିର ଭିତରର ସ୍ଥିତି ଯାଂଚ କରାଯାଇଛି । ଦୀର୍ଘ ୧୦ ମାସ ଧରି କରୋନା କଟକଣା ଯୋଗୁଁ ମାଙ୍କ ଦର୍ଶନ କରିବାକୁ ବଂଚିତ ହେଉଥିଲେ ଶ୍ରଦ୍ଧାଳୁ । ଆସନ୍ତାକାଲି ଖୋଲାଯିବାକୁ ଥିବା ମନ୍ଦିର ପାଇଁ ଉଭୟ ଭକ୍ତ ଓ ସେବାୟତ ମାନେ ବେଶ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.