Below header

ଗଞ୍ଜାମ : ବନ୍ଧୁକ ଦେଖାଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ ଭତ୍ତା ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଗଞ୍ଜାମ( କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ନିକଟରେ ବନ୍ଧୁକ ଦେଖାଇ ଟଙ୍କା ଓ ମୋଟର ସାଇକେଲ ଲୁଟ୍ । ଆଜି ସକାଳେ ଅରଖପୁର ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ି ନିଜ ମୋଟର ସାଇକେଲରେ ଭତ୍ତା ଟଙ୍କା ବାଣ୍ଟିବା ପାଇଁ ଯାଉଥିବା ବେଳେ ଅରଖପୁର ଗାଁ ପୂର୍ବରୁ ତିନି ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି କାଶୀନାଥକୁ ବନ୍ଧୁକ ଦେଖାଇ ଅଟକାଇଥିଲେ । ପରେ ମାଡ଼ମାରି ଭତ୍ତା ଟଙ୍କା ୧୨ ହଜାର ଓ ଅନ୍ୟାନ୍ୟ ସରକାରୀ କାଗଜ ପତ୍ର ସହ କାଶୀନାଥଙ୍କ ମୋଟର ସାଇକେଲ ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏନେଇ କାଶୀନାଥ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି କାଶୀନାଥ । ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.