ମୋଷ୍ଟ ୱାଣ୍ଟେଡ ଡ୍ରଗ୍‌ସ ମାଫିଆ ଛୋଟାର ସମ୍ପତ୍ତି ବାର୍ଯ୍ୟାପ୍ତି ଆରମ୍ଭ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

ଖୋର୍ଦ୍ଧା(କେନ୍ୟୁଜ୍) : ନିଶା ବେପାରୀର ଘରଭଙ୍ଗା। ମୋଷ୍ଟ ୱାଣ୍ଟେଡର ସମ୍ପତ୍ତି ବାର୍ଯ୍ୟାପ୍ତି ଆରମ୍ଭ। ଏସଟିଏଫର ମୋଷ୍ଟ ୱାଣ୍ଟେଡ ଡ୍ରଗ୍‌ସ ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ା କୋର୍ଟରେ ହାଜର ପରେ ତାର ସମ୍ପତ୍ତି ବାର୍ଯ୍ୟାପ୍ତି ଆରମ୍ଭ ହୋଇଛି। ଏସଟିଏଫର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗର ଜବରଦସ୍ତପୁର ଠାରେ ଥିବା ବିଶାଳ ବିଳାସପୂର୍ଣ୍ଣ କୋଠା ଉଚ୍ଛେଦ କାମ ଆରମ୍ଭ ହୋଇଛି। ଏହି ବିଶାଳ ଅଟ୍ଟାଳିକା ମଧ୍ୟରେ ଏକ ସ୍ୱିମିଙ୍ଗ ପୁଲ ମଧ୍ୟ ରହିଛି। ଛୋଟା ବାଂଲାଦେଶରୁ ବେଆଇନ ଡ୍ରଗ୍‌ସ ଆଣି ରାଜ୍ୟରେ ନିଶା କାରବାର ଚଳାଇଥିଲା। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.