ଗୁଳିମାଡ଼ କରି ସୁନା ବ୍ୟବସାୟୀଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା ସହ ସାଢେ ୩ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଲୁଟିନେଲେ

ଗୁଳିମାଡ଼ କରି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ । ଢେଙ୍କାନାଳ ରାସୋଳ ଥାନା କଦଳୀପାଳ ଗାଁ ନିକଟରେ ସୁନା ବ୍ୟବସାୟୀଙ୍କୁ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଗୁଳିମାଡ଼ ।

ଢେଙ୍କାନାଳ : ଗୁଳିମାଡ଼ କରି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ । ଢେଙ୍କାନାଳ ରାସୋଳ ଥାନା କଦଳୀପାଳ ଗାଁ ନିକଟରେ ସୁନା ବ୍ୟବସାୟୀଙ୍କୁ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଗୁଳିମାଡ଼ । ନଗଦ୧ ଲକ୍ଷ ଟଙ୍କା, ସାଢେ ୩ ଲକ୍ଷ ଟଙ୍କାର ସୁନା ଗହଣା ସହ ନିଜେ ପିନ୍ଧିଥିବା ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ। କଟକରୁ ସୁନା ନେଇ ଅନଗୁଳ ଫେରୁଥିବା ବେଳେ ୨ ଜଣ ଯୁବକ ଏକ କଳା ରଙ୍ଗର ପଲସରରେ ଆସି ଫାୟାରିଂ କରିଥିଲେ । ଗୁଳିଟି ତାଙ୍କ ଅଣ୍ଟାରେ ବାଜିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରକାଶଙ୍କ ଘର ଅନଗୁଳ ଅଞ୍ଚଳର ଖଲାରି ଗାଁରେ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.