କ୍ଷେପଣାସ୍ତ୍ରକୁ କ୍ଷେପଣାସ୍ତ୍ରର ଟାର୍ଗେଟ୍

ଭଦ୍ରକ : କ୍ଷେପଣାସ୍ତ୍ରକୁ କ୍ଷେପଣାସ୍ତ୍ରର ଟାର୍ଗେଟ୍। ପରୀକ୍ଷା ହେଲା ଇଣ୍ଟରସେପ୍ଟର ମିସାଇଲ। ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍ରୁ ଦିନ ୧୧ଟା ୨୪ ମିନିଟରେ ଏହାର ଉତ୍କ୍ଷେପଣ କରାଯାଇଛି। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲର ଲମ୍ବ ୭ ଦଶମିକ ୫ ମିଟର ଓ ଗୋଲେଇ ଶୂନ୍ ଦଶମିକ ୫ ମିଟର। ଏହା ୧ ଦଶମିକ ୨ ଟନ୍ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ୧୨୦ କିଲୋମିଟର ପର୍ୟ୍ୟନ୍ତ ଶତ୍ରୁପକ୍ଷର ମିସାଇଲକୁ ଟାର୍ଗେଟ କରିପାରିବ। ଇଣ୍ଟରସେପ୍ଟର ପରୀକ୍ଷାର ୫ ମିନିଟ୍ ପୂର୍ବରୁ ବାଲେଶ୍ୱର ଚାନ୍ଦିପୁର ଘାଟିରୁ ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ପୃଥ୍ଵୀ କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଛି। ଏହି ପରୀକ୍ଷା ବେଳେ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.