Below header

ମୌସୁମୀ ବଢାଉଛି ଚିନ୍ତା : ରାଜ୍ୟର ୪ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା

ଭୁବନେଶ୍ବର : ଚାଷ ପାଇଁ ଚିନ୍ତାର କାରଣ ହୋଇଛି ମୌସୁମୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪ ଜିଲ୍ଲା ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି । ୩ ମାସର ବର୍ଷା ନେଇ ଝଜଉ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ଅନୁସାରେ ୧୭ଟି ବ୍ଲକରେ ସବୁଠୁ କମ୍ ବର୍ଷା ହୋଇଛି । ଏହି ସବୁ ବ୍ଳକରେ ୩୯ ପ୍ରତିଶତରୁ ୫୯ ପ୍ରତିଶତ ପର୍ୟ୍ୟନ୍ତ କମ୍ ବର୍ଷା ହୋଇଛି । ଏହା ଛଡା ଆଉ ୪୧ଟି ବ୍ଳକରେ ମଧ୍ୟ କମ୍ ବର୍ଷା ହୋଇଛି । ଏହି ବ୍ଳକ ଗୁଡ଼ିକରେ ୧୯ ପ୍ରତିଶତରୁ ୩୯ ପ୍ରତିଶତ ପର୍ୟ୍ୟନ୍ତ ବର୍ଷା କମିଛି । ୧୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ୮ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଏଥର ଜୁନ୍ ମାସରେ ହାରାହାରି ୨୫.୪ ପ୍ରତିଶତ କମ୍ ବର୍ଷା ହୋଇଥିଲା । ଜୁଲାଇ ଶେଷ ଆଡ଼କୁ ବଡ଼ ବର୍ଷା ସତ୍ତ୍ୱେ ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇ ନଥିଲା । ପୁଣି ଅଧିକ ବର୍ଷା ହୋଇଥିବା ଜିଲ୍ଲା ଗୁଡ଼ିକରେ ଧାନ ତଳି ନଷ୍ଟ ହୋଇ ଯାଇଛି । ଚଳିତ ବର୍ଷର ମୌସୁମୀ ବର୍ଷା ଚାଷୀ ପାଇଁ ଚିନ୍ତାର କାରଣ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.