Below header

ଝୁଲାନ୍ତ ଅବସ୍ଥାରେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା !

ମାଲକାନଗିରି(କେନ୍ୟୁଜ୍‌) :  ୩ ମାସ ତଳେ ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ ଆଜି ଝୁଲନ୍ତା ଅବସ୍ଥାରେ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୋଲିସ୍‌ ସୂଚନାନୁଯାୟୀ, ମାଲ୍‌କାନଗିରି ବ୍ଲକ୍‌ ପେଡ଼ାକୋଣ୍ଡା ପଞ୍ଚାଯତ ଏମ୍‌ ଭି ୯୭ ଗ୍ରାମର ଖୋକନ ମଣ୍ଡଳଙ୍କ ପୁଅ ଶୈଳନ(୨୧) ୩ ମାସ ତଳେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କର କୈାଣସି ପତ୍ତା ମିଳି ନଥିଲା । ହେଲେ ଆଜି ଗ୍ରାମ ନିକଟ ଏକ ପାହାଡ଼ ଉପରେ ଥିବା ଗଛରେ ତାଙ୍କର ଆଜି ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ଦୀର୍ଘ ଦିନ ଧରି ଶବ ଏପରି ଝୁଲନ୍ତା ଅବସ୍ଥାରେ ଥିବାରୁ ଶରୀରରୁ ମାଂସ ଖସି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଶୈଳନଙ୍କୁ କେହି ହତ୍ୟା କରି ଏଠାରେ ଝୁଲାଇ ଦେଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗାଁ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.