ମାର୍ଚ୍ଚ ୨୧ରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ, ପ୍ରଥମେ ରାଉରକେଲା ଓ ପରେ ଯିବେ କୋଣାର୍କ

ଭୁବନେଶ୍ୱର(କେନ୍ୟୁଜ୍‌) :  ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମାର୍ଚ୍ଚ ୨୧ ଓ ୨୨ ଏହି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ୨୧ ତାରିଖରେ ରାଉରକେଲା ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ନିଟ୍‌) ର ୧୮ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ।

ପରେ ଆର୍‌ଏସ୍‌ପି ଦ୍ୱାରା ପରିଚାଳିତ ଆଇଜିଏଚ୍‌ର ନବନିର୍ମିତ ୨୦୦ ଶଯ୍ୟା ବିଶିଷ୍ଠ ସୁପର ସ୍ପେଶାଲିଟି ହସ୍‌ପିଟାଲର ଉଦ୍‌ଘାଟନ କରିବେ । ସେହି ରାତିରେ ଭୁବନେଶ୍ୱର ଫେରି ଆସି ରାଜଭବନରେ ରାତ୍ରି ଯାପନ କରିବେ । ପରଦିନ ଅର୍ଥାତ ୨୨ ତାରିଖରେ ରାଷ୍ଟ୍ରପତି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଥର ପାଇଁ କୋଣାର୍କ ପରିଦର୍ଶନ ହେବ ।

ରାଷ୍ଟ୍ରପତିଙ୍କ ଆଗମନ ପାଇଁ ନିଟ୍‌ ଓ କୋଣାର୍କ ପରିସରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ତାଙ୍କୁ ସ୍ୱାଗତ କରିବେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.