Below header

ଯାଜପୁର ଛାତ୍ର ନିବାସରୁ ନିଖୋଜ ଛାତ୍ର ଚିରଞ୍ଜୀବଙ୍କ ଏଯାଏ ମିଳୁନି ପତ୍ତା, ବିଭିନ୍ନ ସ୍ଥାନରେ ଚାଲିଛି ତଲାସୀ ଆରମ୍ଭ

ଗତକାଲି ଠାରୁ ଯାଜପୁର ର ସର୍ବ ପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ବି ଏମ୍ ପି ଛାତ୍ର ନିବାସରୁ ନିଖୋଜ ଛାତ୍ର ଚିରଞ୍ଜୀବଙ୍କ ଏଯାଏ ମିଳିନି ପତ୍ତା। ନିଖୋଜ ଛାତ୍ର ଜଣଙ୍କ ହେଲେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର +୨ ବାଣିଜ୍ୟ ବିଭାଗର ଛାତ୍ର ଚିରଞ୍ଜୀବ ସାହୁ ।

ଯାଜପୁର ଟାଉନ(କେନ୍ୟୁଜ): ଗତକାଲି ଠାରୁ ଯାଜପୁରର ସର୍ବ ପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ବି ଏମ୍ ପି ଛାତ୍ର ନିବାସରୁ ନିଖୋଜ ଛାତ୍ର ଚିରଞ୍ଜୀବଙ୍କ ଏଯାଏ ମିଳିନି ପତ୍ତା। ନିଖୋଜ ଛାତ୍ର ଜଣଙ୍କ ହେଲେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର +୨ ବାଣିଜ୍ୟ ବିଭାଗର ଛାତ୍ର ଚିରଞ୍ଜୀବ ସାହୁ ।

ଚିରଞ୍ଜୀବ ବିଂଝାରପୁର ଥାନା ଅନ୍ତର୍ଗତ ମଲ୍ଲିଆ ଗ୍ରାମର ଭରତ ସାହୁଙ୍କ ପୁଅ । ଗତକାଲି ରାତିରେ ଯାଜପୁର ଥାନା ରେ ଲିଖିତ ଅଭିଯୋଗ ହେବା ପରେ ଯାଜପୁର ପୋଲିସ ତତ୍ପର ହୋଇ ଉଠିଛି। ଯାଜପୁର ଥାନା ଅଧିକାରୀ ବିଲ୍ୱ ମଙ୍ଗଳ ସେଠୀ ଛାତ୍ର ନିବାସ କୁ ଆସି ସହପାଠୀ ମାନଙ୍କ ସହ ପଚରା ଉଚରା କରିବା ସହ ବିଭିନ୍ନ ସ୍ଥାନରେ ତଲାସୀ ଆରମ୍ଭ କରିଛନ୍ତି।

ଚିରଞ୍ଜୀବ +୨ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ର ଛାତ୍ର ହୋଇଥିବା ବେଳେ ସେ ଗତ ୪ମାସ ହେବ ଛାତ୍ର ନିବାସ ରେ ରହୁଥିଲେ। ଗତକାଲି ସକାଳୁ ମାଙ୍କ ସହ କଥା ହେବା ପରେ ଦିନ ତମାମ ଫୋନ ନ ଉଠାଇବାକୁ ପରିବାର ବର୍ଗ ବିବ୍ରତ ହୋଇ ପୁଅ କୁ ଖୋଜିବାକୁ ଛାତ୍ର ନିବାସକୁ ସନ୍ଧ୍ୟା ରେ ଆସିଥିଲେ। ବହୁ ଖୋଜା ଖୋଜି ପରେ ନ ପାଇବାରୁ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.