Below header

ସୁଟକେସରେ ମୃତଦେହ ଘଟଣାରେ ମୁମ୍ବାଇରୁ ଓଡ଼ିଶା ଲିଙ୍କ

ସୁଟକେସରେ ମୃତଦେହ ଘଟଣାରେ ମୁମ୍ବାଇରୁ ଓଡ଼ିଶା ଲିଙ୍କ । ଏହି ଘଟଣାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଜଣେ ୨୨ ବର୍ଷୀୟ ଯୁବକକୁ ଗିରଫ କରିଛି । ମୁମ୍ବାଇ କୁର୍ଲାରେ ଗତ ରବିବାର ଦିନ ସୁଟକେସରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା ।

ସୁନ୍ଦରଗଡ(କେନ୍ୟୁଜ) : ସୁଟକେସରେ ମୃତଦେହ ଘଟଣାରେ ମୁମ୍ବାଇରୁ ଓଡ଼ିଶା ଲିଙ୍କ । ଏହି ଘଟଣାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଜଣେ ୨୨ ବର୍ଷୀୟ ଯୁବକକୁ ଗିରଫ କରିଛି । ମୁମ୍ବାଇ କୁର୍ଲାରେ ଗତ ରବିବାର ଦିନ ସୁଟକେସରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ଉଭୟ ମୃତ ଯୁବତୀ ଏବଂ ଅଭିଯୁକ୍ତ ଓଡ଼ିଶା ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି । ମୃତ ଯୁବତୀ ହେଉଛନ୍ତି ୨୫ ବର୍ଷ ବୟସ୍କା ପ୍ରତିମା କିସପାଟ୍ଟ । ଅଭିଯୁକ୍ତ ସହ ତାଙ୍କର ଲିଭଇନ୍ ସମ୍ପର୍କ ରହିଥିଲା । ଗିରଫ ଯୁବକ ହେଲା ଅସ୍କର ମନୋଜ ବାର୍ଲା ।

ମୁମ୍ବାଇରେ ପ୍ରତିମା ଏକ ଆପାର୍ଟମେଣ୍ଟରେ ଘରୋଇ ସହାୟିକା ଭାବେ କାମ କରୁଥିବା ବେଳେ ମନୋଜ ଏକ ମିଠା ଦୋକାନରେ କାମ କରୁଥିଲା । କୋଭିଡ ଲକଡାଉନ୍ ପରେ ମୁମ୍ବାଇରୁ ଓଡ଼ିଶା ଫେରିବା ବେଳେ ସେମାନଙ୍କ ଭିତରେ ପରିଚୟ ହୋଇଥିଲା । ଗତ ଜୁଲାଇ ମାସରେ ସେମାନେ ପୁଣି ମୁମ୍ବାଇ ଫେରି ଧରାଭିରେ ରହୁଥିଲେ । ଦୁଇ ବର୍ଷ ଧରି ସେମାନେ ଲିଭ୍-ଇନରେ ରହୁଥିଲେ ।

ତେବେ ପ୍ରତିମାଙ୍କର ଅନ୍ୟ କାହା ସହିତ ସମ୍ପର୍କକୁ ସନ୍ଦେହ କରି ଗତ ରବିବାର ଦିନ ଦୁହିଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ମନୋଜ ପ୍ରତିମାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ ବୋଲି ସ୍ବୀକାର କରିଥିବା ମୁମ୍ବାଇ ପୋଲିସ୍ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.