ନିଖୋଜ ଥିବା ଯୁବକ ଗାଁ ମଶାଣିରୁ ମିଳିଲା, ମେଡିକାଲ ନେବା ବାଟରେ ମୃତ୍ୟୁ

ମାହାଙ୍ଗା (କେନ୍ୟୁଜ୍‌) : ଆଜି ଏକ ଅଭାବନୀୟ ପରିସ୍ଥିତି କ୍ରମେ ଜଣେ ନିଖୋଜ ହୋଇଥିବା ଯୁବକଙ୍କୁ ନିକଟସ୍ଥ ମଶାଣିରୁ ଉଦ୍ଧାର କରାଯାଇଛି । ଯୁବକଙ୍କ ନାମ ଗୈାତମ ସାହୁ । ସେ ଚାହାପଡ଼ା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛନ୍ତି । ତାଙ୍କୁ ମେଡିକାଲ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି ।

ତେବେ କେଉଁ କାରଣରୁ କିପରି ଭାବେ ସେ ମଶାଣିକୁ ଗଲେ ତାହା ସମ୍ପର୍କରେ କିଛି ଜଣାପଡ଼ି ନାହିଁ । ମୃତ ଯୁବକ ଗତକାଲି ରାତିରୁ ଘରୁ ନିଖୋଜ ଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.