ଡିସେମ୍ବର ୫ତାରିଖରୁ ଆରମ୍ଭ ହେବ ମିଶନ ଶକ୍ତି ମେଳା, ୨୦୦ଟି ଷ୍ଟଲରେ ପ୍ରଦର୍ଶନ ହେବ ଏସଏଚଜିର ଉତ୍ପାଦିତ ଦ୍ରବ୍ୟ

ଡିସେମ୍ବର ୫ତାରିଖରୁ ଆରମ୍ଭ ହେବ ମିଶନ ଶକ୍ତି ମେଳା। ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି ମେଳା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨ଶହଟି ଷ୍ଟଲ ପଡ଼ିବ। ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣକୃଷିଜାତୀୟ ଦ୍ରବ୍ୟ ପ୍ରଦର୍ଶନ ସହ ବିକ୍ରି ହେବ। ୩୦ଟି ଜିଲ୍ଲାର ୨୫୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀରୁ ପାଞ୍ଚଶହରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଦ୍ରବ୍ୟ ସହ ଅଂଶଗ୍ରହଣ କରିବେ। ଏନେଇ ମିଶନ ଶକ୍ତି କମିସନର ଓ ନିର୍ଦ୍ଦେଶକ ସୁଜାତା କାର୍ତ୍ତିକେୟନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.