Below header

୩୨ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ, ସବୁ ଗାଁରେ ହେବ ମିଶନ ଶକ୍ତି ଗୃହ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ୩୨ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । କ୍ୟାବିନେଟରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ହୋଇଛି । ରାଜ୍ୟର ସବୁ ଗାଁରେ ହେବ ମିଶନ ଶକ୍ତି ଗୃହ । ୫ ବର୍ଷରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି ଟଙ୍କା । ମିଶନ ଶକ୍ତି ମହିଳା ଗୋଷ୍ଠୀକୁ ୫୦ ହଜାର କୋଟିର ବ୍ୟାଙ୍କ୍‌ ଋଣ ମିଳିବ । ମିଶନ ଶକ୍ତି ପାଇଁ ୧୨୦୦ କୋଟି ଟଙ୍କା ସୁଧ ରିହାତି ଦିଆଯିବ । ଏସଏଚଜି ଦ୍ୱାରା ନିର୍ମାଣ ସମସ୍ତ ଜିନିଷ ବିକ୍ରି ପାଇଁ ୫୦୦ଟି ବଜାର ସୃଷ୍ଟି ହେବ । ଦକ୍ଷତା ବିକାଶ ପାଇଁ ୪୦ରୁ ୫୦ ଲକ୍ଷ ମହିଳାଙ୍କୁ ତାଲିମ୍‌ ଦିଆଯିବ ।

ସେହିପରି ଅନୁଗୁଳରେ ହେଉଛି ମେଗା ଆଲୁମିନିୟମ ପାର୍କ । ଭିତ୍ତିଭୂମି ବିକାଶ ପାଇଁ ଇଡ୍‌କୋକୁ ଦିଆଯିବ ୪୨୮ କୋଟି ଟଙ୍କା । ସେହିପରି ୨୪ଟି ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଳିବ ଗ୍ରାଣ୍ଟଇନ୍‌ । ଏହା ଦ୍ୱାରା ୪୭ ଜଣ ଶିକ୍ଷକ ହେବେ ଉପକୃତ । ରାଜ୍ୟରେ ଖନନ ହେବ ୧ ଲକ୍ଷ ନୂଆ ବୋରେଓ୍ଵଲ୍‌ । ବୋରେଓ୍ଵଲ୍‌ ଦ୍ୱାରା ଉପକୃତ ହେବେ ୧ ଲକ୍ଷ କୃଷକ ପରିବାର । ଆସନ୍ତା ୫ ବର୍ଷ ପାଇଁ କୃଷକଙ୍କୁ ଚାଷ ଉପକରଣରେ ମିଳିବ ରିହାତି । ବାରଙ୍ଗ ଅଞ୍ଚଳରେ ଟାଟା ଅଧିକୃତ ଜମି ଫେରାଇ ଅଣାଯିବ । ୮୭୧ ଏକର ଜମି ଟାଟା ନିକଟରୁ ଫେରାଇ ଅଣାଯିବ । ଏହି ଅଞ୍ଚଳରେ ଶିଳ୍ପର ଭିତ୍ତିଭୂମିର ବିକାଶ କରାଯିବ । ଆସନ୍ତା ୩ ବର୍ଷରେ ନିର୍ମାଣ ହେବ ୧୨୮୦ଟି ଚେକ୍‌ଡ୍ୟାମ । ୮୧୧ କୋଟି ବ୍ୟୟରେ ନିର୍ମାଣ ହେବ ଚେକ୍‌ଡ୍ୟାମ । ଭୁବନେଶ୍ୱର ପାଣ୍ଡରାରେ ବ୍ୟାରେଜ ନିର୍ମାଣକୁ କ୍ୟାବିନେଟର ମଞ୍ଜୁରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.