Below header

ଓଡ଼ିଶା ଓ ଭାରତ ପାଇଁ  ସମ୍ମାନ ଆଣିଲା କିଟ୍‌ ଓ କିସ୍‌, ଫିଫା ଫୁଟବଲ୍‌ ଫର୍‌ ସ୍କୁଲ ମଧ୍ୟରେ ହେଲା MOU

କେନ୍ୟୁଜ୍(ବ୍ୟୁରୋ): ସ୍କୁଲ୍‍ସ୍ତରରେ ଫୁଟ୍‍ବଲ୍‍ର ବିକାଶ ନିମନ୍ତେ ଫିଫା ଫାଉଣ୍ଡେସନ୍‍ ଓ କିସ୍‍ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ସୁଇଜରଲାଣ୍ଡ ଜୁରିକ୍‍ଠାରେ ଉଭୟ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣା ପତ୍ରରେ ଫିଫା ଫାଉଣ୍ଡେସନ୍‍ ପକ୍ଷରୁ ଏହା ସିଇଓ ୟୁରି ଜୋର୍‍କେଫ୍‍ ସ୍ୱାକ୍ଷର କରିଥିବା ବେଳେ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷରକରିଥିଲେ ।
ଫିଫା ଫୁଟ୍‍ବଲ୍‍ ଫର ସ୍କୁଲ୍‍ସ କାର୍ଯ୍ୟକ୍ରମରେ ଫିଫା ଫାଉଣ୍ଡେସନ୍‍ କୌଣସି ଶିକ୍ଷାନୁଷ୍ଠାନ ସହ ବୁଝାମଣା କରିବାରେ ଏହା ହେଉଛି ବିଶ୍ୱରେ ପ୍ରଥମ ଓ ଅନନ୍ୟ । ସମଗ୍ର ବିଶ୍ୱରେ ଏଭଳି ବୁଝାମଣା ପ୍ରଥମ ଥର ଲାଗି ସ୍ୱାକ୍ଷରିତ ହୋଇଛି ।

fifa

ଫୁଟ୍‍ବଲ୍‍ ପ୍ରସାର ଓ ପ୍ରଚାର ଦିଗରେ ଓଡ଼ିଶା, ଭାରତ ତଥା ଦକ୍ଷିଣ ଏସିଆ ପାଇଁ କିସ୍‍ ଜୋନାଲ୍‍ ଏଜେନ୍‍ସୀ ଭାବେ କାର୍ଯ୍ୟ କରିବ । ଏଥିରେ ସନ୍ତୋଷ ବ୍ୟକ୍ତ କରି ୟୁରି କହିଛନ୍ତି, ଏହା ଦ୍ୱାରା ଏସିଆର ପ୍ରାୟ ୭୦ ସ୍କୁଲ୍‍ ପିଲା ଉପକୃତ ହେବେ । ଏହି କାର୍ଯ୍ୟକ୍ରମ ଏବେ ଦକ୍ଷିଣ ଆମେରିକା, ଆଫ୍ରିକା, ପୂର୍ବ ଏସିଆ, କାରିବେନ୍‍ ଓ ଆରବ ରାଷ୍ଟ୍ରଗୁଡ଼ିକରେ ଚାଲୁ ରହିଛି । ଫୁଟ୍‍ବଲ୍‍ର ପ୍ରସାର ଦିଗରେ ଏହି ବୁଝାମଣା ନିଶ୍ଚିତ ଭାବେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ୟୁରି କହିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ବିକାଶ ପାଇଁ ବ୍ୟାପକ କାର୍ଯ୍ୟ ହାତକୁ ନେଇଥିବାରୁ ଓଡ଼ିଶାରେ ଫୁଟ୍‍ବଲ୍‍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ କିସ୍‍କୁ ନୋଡାଲ୍‍ ଏଜେନ୍‍ସୀ ଭାବେ ଚୟନ କରାଯାଇଛି ବୋଲି ୟୁରି କହିଥିଲେ । ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ କହିଛନ୍ତି, ବିଶ୍ୱରେ ଅଧିକ ଖେଳାଯାଉଥିବା କ୍ରୀଡ଼ା ହେଉଛି ଫୁଟ୍‍ବଲ୍‍ ।

ଫିଫା ସହ ସହବନ୍ଧିତ ହେବା ଫଳରେ ଓଡ଼ିଶା, ଭାରତ ତଥା ଦକ୍ଷିଣ ଏସିଆରେ ଫୁଟ୍‍ବଲ୍‍ର ପ୍ରସାର ଓ ପ୍ରଚାର ପାଇଁ କିସ୍‍କୁ ଏକ ସୁଯୋଗ ମିଳିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ରୀଡ଼ାକୁ ବ୍ୟାପକ ପ୍ରୋତ୍ସାହନ ଦେଇ ଆସୁଛନ୍ତି ବୋଲି ଏଭଳି ବୁଝାମଣା ସମ୍ଭବ ହୋଇ ପାରିଲା । ଏଥିପାଇଁ ଶ୍ରୀ ସାମନ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଏଭଳି ଏକ ସମ୍ମାନ ଓଡ଼ିଶା ତଥା ଭାରତ ପାଇଁ ଆଣିଥିବାରୁ ଫୁଟ୍‍ବଲ୍‍ପ୍ରେମୀମାନେ କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବଧାଇ ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.