Instagramରେ ଇମେଲ ଆଇଡି ଚେଞ୍ଜ୍‌ କରିବା ବହୁତ ସହଜ, ଚୁଟକିରେ ଏପରି ବଦଳାନ୍ତୁ

ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ କହିଲେ ଏବେ ପ୍ରଥମ ନାମ ଆସୁଛି ଇନଷ୍ଟାଗ୍ରାମର। ଅଧିକାଂଶ ଲୋକ ଏହାର ୟୁଜ କରୁଛନ୍ତି। ଏଥିରେ ୟୁଜର୍ସଙ୍କୁ ଅନେକ ଫିଚର୍ସ ମିଳିଥାଏ। ସର୍ଟ ଭିଡିଓ ସେୟାର କରିବା ବ୍ୟତୀତ ୟୁଜର୍ସ ଏଠାରେ ଡାଇରେକ୍ଟ ମେସେଜ୍‌ ଫିଚରର ବି ବହୁତ ୟୁଜ୍‌ କରୁଛନ୍ତି। ଇନଷ୍ଟାଗ୍ରାମ ରୀଲ୍ସ ଫିଚର କାରଣରୁ ମଧ୍ୟ ଏହାକୁ ବହୁତ ପସନ୍ଦ କରାଯାଉଛି।

ଇନଷ୍ଟାଗ୍ରାମ ଆକାଉଣ୍ଟ ବନାଇବା ପାଇଁ ଲୋକଙ୍କୁ ନିଜର ପର୍ସନାଲ ଡିଟେଲ୍ସ ଯେମିତିକି ଇମେଲ ଆଇଡି ଏବଂ ଫୋନ୍‌ ନମ୍ବର ଆଦି ଦେବାକୁ ହୋଇଥାଏ। ଅନେକ ଥର ଲୋକମାନେ ନିଜ ଇମେଲ ଆକ୍ସେସ ହଜାଇ ଦିଅନ୍ତି ଏବଂ ଇନଷ୍ଟାଗ୍ରାମରେ ନୂଆ ଇମେଲ ଆଇଡି ଦିଅନ୍ତି। ଇନଷ୍ଟାଗ୍ରା ନିଜ ୟୁଜର୍ସଙ୍କୁ ପୁରୁଣା ଇମେଲ ଆଇଡି ବଦଳାଇବାର ଅପ୍ସନ ଦେଇଥାଏ। ଏମିତି କରିବା ବହୁତ ସହଜ ମଧ୍ୟ ହୋଇଥାଏ। ଯଦି ଆପଣ ମଧ୍ୟ ଇନଷ୍ଟାଗ୍ରାମରେ ନୂଆ ଇମେଲ ଆଇଡି ଆଡ୍‌ କରିବାକୁ ଚାହୁଁଛନ୍ତି ତାହେଲେ ଏହି ପ୍ରୋସେସକୁ ଫଲୋ କରନ୍ତୁ।

ଜାଣନ୍ତୁ ଇନଷ୍ଟାଗ୍ରାମରେ କମିତି ଚେଞ୍ଜ୍‌ କରିବେ Email id

  • ଏଥିପାଇଁ ଆପଣଙ୍କୁ ପ୍ରଥମେ ନିଜ ଆଣ୍ଡ୍ରୋଏଡ କିମ୍ବା iOS ଡିଭାଇସରେ ଇନଷ୍ଟାଗ୍ରାମ୍‌ ଓପନ କରିବାକୁ ହେବ।
  • ଏହାପରେ ସ୍କ୍ରୀନ ଉପରେ ସବୁଠାରୁ ତଳେ ଡାହାଣ ପାଖରେ ଆସୁଥିବା ପ୍ରୋଫାଇଲ୍‌ ଆଇକନ୍‌ ଉପରେ କ୍ଲିକ କରନ୍ତୁ।
  • ଏହାପରେ Edit Profile ଅପ୍ସନ ଉପରେ କ୍ଲିକ କରନ୍ତୁ। ଏବେ ସ୍କ୍ରୋଲ ଡାଉନ୍‌ କରି ତଳକୁ ଆସନ୍ତୁ ଏବଂ Personal Information ସେଟିଙ୍ଗ୍‌ ସିଲେକ୍ଟ କରିନିଅନ୍ତୁ।
  • ଏମିତି କରିବା ପରେ ହିଁ ଆପଣଙ୍କ ସାମ୍ନାରେ ଅନେକ ଅପ୍ସନ ଓପନ ହୋଇ ଦେଖାଯିବ। ଏଠାରେ ଆପଣଙ୍କୁ ଇମେଲ ଆଇଡିର ଅପ୍ସନ ମିଳିବ। ଏହା ଉପରେ କ୍ଲିକ କରନ୍ତୁ।
  • ଏବେ ଯେଉଁ ପୁରୁଣା ଆଇଡି ଲେଖିଛନ୍ତି, ତାକୁ ଡିଲିଟ୍‌ କରି ନୂଆ ଇମେଲ ଆଇଡି ଦିଅନ୍ତୁ। ଏହାପରେ ଉପରେ ଆସୁଥିବା ବ୍ଲୁ ଟିକ୍‌ ଅପ୍ସନ ଉପରେ କ୍ଲିକ କରି ଏହାକୁ କନଫର୍ମ କରିଦିଅନ୍ତୁ।
  • ଏମିତି କରିବା ପରେ ହିଁ ଆପଣଙ୍କୁ ଇନଷ୍ଟାଗ୍ରାମରେ କନଫର୍ମେସନ ମିଳିବ।
  • ଆପଣଙ୍କୁ ନିଜର ଇମେଲ ଖୋଲିବାକୁ ହେବ ଏବଂ ଇମେଲ ଆଇଡି ଚେଞ୍ଜ ପାଇଁ କନଫରମେସନ୍‌ ବଟନ୍‌ ଉପରେ କ୍ଲିକ କରିବାକୁ ହେବ।

ଏହାବ୍ୟତୀତ ଇନଷ୍ଟାଗ୍ରାମ ନିଜର ୟୁଜର୍ସଙ୍କୁ ନିଜ ଫୋନ୍‌ ନମ୍ବର ଏବଂ ଡେଟ ଅଫ୍‌ ବାର୍ଥ ବଦଳାଇବାର ସୁବିଧା ବି ଦେଇଥାଏ। ଏଥିପାଇଁ ମଧ୍ୟ ଆପଣଙ୍କୁ ପର୍ସନାଲ ଇନଫରମେସନ୍‌ ସେକ୍ସନରେ ହିଁ ଯିବାକୁ ହେବ। ଏତିକି ନୁହେଁ ଆପଣ ନିଜର ପ୍ରୋଫାଇଲର ନାମ ମଧ୍ୟ ବଦଳାଇପାରିବେ। ଏହାସହିତ ୟୁଜର୍ସ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଭେରିଫାଏଡ ମଧ୍ୟ କରିପାରିବେ। ଏହାପରେ ବ୍ଲୁ ଟିକ ମିଳିଯିବ। ୟୁଜର୍ସଙ୍କୁ ଏଥିପାଇଁ ଇନଷ୍ଟାଗ୍ରାମରେ ରିକ୍ୱେଷ୍ଟ ସବମିଟ୍‌ କରିବାକୁ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.