Below header

ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲ

ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଆଜି ଭୁବନେଶ୍ବର ଇଡି ଅଫିସରେ ହାଜର ହୋଇଛନ୍ତି ।

ଭୁବନେଶ୍ୱର :  ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଆଜି ଭୁବନେଶ୍ବର ଇଡି ଅଫିସରେ ହାଜର ହୋଇଛନ୍ତି । ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସମସ୍ତ ଦସ୍ତାବିଜ୍ ସହ ହାଜର ହେବାକୁ କହିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେହିପରି ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ମଧ୍ୟ ହାଜର ନେଇ ହୋଇଥିଲା ନୋଟିସ ।

କିଛି ଦିନ ତଳେ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ଘଟଣାରେ ରେଡ଼ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱର, ଭଦ୍ରକର ଏକାଧିକ ସ୍ଥାନରେ ରେଡ଼ ଚଢ଼ାଉ ହୋଇଥିଲା । ଗୋଟିଏ କାର ସହ ୯ ଲକ୍ଷ ଟଙ୍କା ଜବତ କରିଥିଲା ଇଡି । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ନେଇ ଅଭିଯୋଗ ପରେ ଖୋଳତାଡ଼ କରୁଛି ଇଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.