ଇଭେଣ୍ଟରେ ଅକ୍ଷୟ ଓ ଟାଇଗରଙ୍କ ଲାଇଫ୍‌ ଷ୍ଟଣ୍ଟ୍ ଦେଖିବା ପାଇଁ ଭିଡ଼, ନିୟନ୍ତ୍ରଣ କରିବାକୁ ପୋଲିସ କଲେ ଲାଠିଚାର୍ଜ

ନିକଟରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ଲକ୍ଷ୍ନୌର ଘଣ୍ଟାଘରରେ ପହଞ୍ଚି ସେମାନଙ୍କ ଫିଲ୍ମର ପ୍ରମୋସନ କରିଥିଲେ । ସେହି ସମୟରେ ଅକ୍ଷୟ ଓ ଟାଇଗର ସେଠାରେ ସମସ୍ତ ଲୋକଙ୍କ ସାମ୍ନାରେ କିଛି ଷ୍ଟଣ୍ଟ କରିଥିଲେ, ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ତାଙ୍କ ଅପ୍‌କମିଂ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ରିଲିଜ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମଟି ଚଳିତ ବର୍ଷର ରିଲିଜ୍‌ ହେବାକୁ ଯାଉଛି । ଫ୍ୟାନ୍ସମାନେ ଏହାକୁ ଦେଖିବା ପାଇଁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର କ୍ରେଜ୍‌ ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ  ଏକ୍ସରେ TYAGI-HR ଆକାଉଣ୍ଟରେ ଏକ ଭିଡିଓ ଦେଖିବାକୁ ମିଳିଛି ।

ବାସ୍ତବରେ ନିକଟରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ଲକ୍ଷ୍ନୌର ଘଣ୍ଟାଘରରେ ପହଞ୍ଚି ସେମାନଙ୍କ ଫିଲ୍ମର ପ୍ରମୋସନ କରିଥିଲେ । ସେହି ସମୟରେ ଅକ୍ଷୟ ଓ ଟାଇଗର ସେଠାରେ ସମସ୍ତ ଲୋକଙ୍କ ସାମ୍ନାରେ କିଛି ଷ୍ଟଣ୍ଟ କରିଥିଲେ, ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସମୟ ମଧ୍ୟରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କୁ ଦେଖିବା ପାଇଁ ଭିଡ଼ ଏତେ ଅନିୟନ୍ତ୍ରିତ ହୋଇଯାଇଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡୁଥିଲା ।

ତେବେ ସାମ୍ନାକୁ ଆସିଥିବା ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ ଅକ୍ଷୟ ଓ ଟାଇଗର ଆକ୍ସନ୍ ଷ୍ଟଣ୍ଟ୍ କରି ଏଣ୍ଟ୍ରି କରୁଥିବାର ନଜର ଆସିଛନ୍ତି । ଅକ୍ଷୟ ଓ ଟାଇଗର ଲକ୍ଷ୍ନୌର ଘଣ୍ଟାଘରରୁ ମଞ୍ଚ ପର୍ଯ୍ୟନ୍ତ ରାସ୍ତାକୁ ଷ୍ଟଣ୍ଟ୍‌ କରି ଆସିଥିଲେ । ଏହି ସମୟରେ ଉଭୟ ଷ୍ଟାର ଦଉଡିରେ ବନ୍ଧା ହୋଇଥିଲେ । ତେବେ ଷ୍ଟାରଙ୍କ ଏହି ଷ୍ଟଣ୍ଟ୍ ଦେଖି ଲୋକମାନ ବହୁତ ଖୁସି ହୋଇଥିଲେ । କେବଳ ଏତିକି ନୁହେଁ, ଏହା ପରେ ସେଠାରେ ଲୋକମାନେଙ୍କୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର ହୋଇପଡିଲା । ଯଦି ଆପଣ ଏହି ଭିଡିଓକୁ ଭଲଭାବେ ଦେଖିବେ, ତେବେ ଆପଣ ସେଥିରେ ଲୋକମାନଙ୍କ ଭିଡ଼ ଦେଖିପାରିବେ । ଏହି ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଲା । ତେବେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଏହି ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଇଭେଣ୍ଟ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲରେ ଲାଗିଛି ।

ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ଏହି ଫିଲ୍ମଟି ଇଦ୍ ରେ ରିଲିଜ୍ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ଏକ ଆକ୍ସନ୍-ଥ୍ରୀଲର ସାଇନ୍ସ ଫିକ୍ସନ୍ ହେବାକୁ ଯାଉଛି, ଯେଉଁଥିରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ବିପଜ୍ଜନକ ଷ୍ଟଣ୍ଟ୍ କରୁଥିବା ଦେଖିବାକୁ ମିଳିବ । ଉଭୟ ଷ୍ଟାରଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିବ । ନିକଟରେ ଫିଲ୍ମ ଟିଜର ରିଲିଜ ହୋଇଥିଲା, ଯାହାକି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଟିଜରରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କୁ ଆର୍ମି ଅଫିସରଙ୍କ ଭୂମିକାରେ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ବ୍ୟତୀତ ମାନୁଷୀ ଛିଲର୍‌ ମଧ୍ୟ ନଜର ଆସିବେ । ଏହା ବ୍ୟତୀତ ସୋନାକ୍ଷୀ ସିହ୍ନା, ଆଲାୟା ଏଫ୍ ଏବଂ ରୋନିଟ୍ ରୟଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏବେ ଦେଖିବାରେ ଅଛି ଫିଲ୍ମଟି ଫ୍ୟାନ୍ସଙ୍କୁ କେତେ ପସନ୍ଦ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.