ମିଶନ ଶକ୍ତି ବଜାରରୁ ମୁଗ ଡାଲି, କନ୍ଧମାଳ ହଳଦୀ ଓ ମୁଡକି କିଣିଲେ ବିଲ୍ ଗେଟ୍ସ

ମିଶନ ଶକ୍ତି ବଜାର ପରିଦର୍ଶନ କରିଥିଲେ ସେଠାରେ କୋରାପୁଟ କଫିର ସ୍ବାଦ ନେଇଥିଲେ ବିଲ୍ ଗେଟ୍ସ । ଏଥିସହ ଅଧା କିଲୋ ମୁଗ ଡାଲି, କନ୍ଧମାଳ ହଳଦୀ ଓ ମୁଡକି କିଣିଥିଲେ ବିଲ୍ ଗେଟ୍ସ । ଗତକାଲି ଏହି ମିଶନ ଶକ୍ତି ବଜାରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । 

ଭୁବନେଶ୍ୱର (କେନ୍ୟୁଜ) : ଓଡ଼ିଶା ଗସ୍ତ ସାରି ଫେରିଯାଇଛନ୍ତି ବିଲ୍ ଗେଟ୍ସ । ଏହି ଅବସରରେ ସେ ଅନେକ କିଛି ଅନୁଭୂତି  ଗ୍ରହଣ ନେଇଛନ୍ତି । ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି । ଓଡ଼ିଶା ଗସ୍ତ ସମୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବିଲେ ଗେଟ୍ସଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି । କିସ୍ ପାଉଣ୍ଡେସନ୍ ପକ୍ଷରୁ ବିଲ୍ ଗେଟ୍ସଙ୍କୁ ଏହି ସମ୍ମାନ ପ୍ରଦାନ କାରଯାଇଛି । କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ଏକ ବିଶ୍ୱ ପ୍ରସିଦ୍ଧ ସମ୍ମାନ ଭାବେ ଗ୍ରହଣୀୟ ହୋଇଛି । ବିଲ ଗେଟ୍ସ ହେଉଛନ୍ତି ସଫ୍ଟୱେୟାର କମ୍ପାନୀ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ।

ବୈଷୟିକ ବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସମାଜସେବା ପାଇଁ ତାଙ୍କୁ ପ୍ରଦାନ କରାଯାଇଛି କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ୨୦୦୮ରୁ ପ୍ରଦାନ କରାଯାଇଆସୁଛି ଏହି ସମ୍ମାନ ।

ମିଶନ ଶକ୍ତି ବଜାରରୁ ମୁଗ ଡାଲି, କନ୍ଧମାଳ ହଳଦୀ ଓ ମୁଡକି କିଣିଥିଲେ ବିଲ୍ ଗେଟ୍ସ:

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ । ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଆଜି ସକାଳୁ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ବସ୍ତି ପରିଦର୍ଶନରୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାପରେ ଯାଇଥିଲେ ଓଡ଼ିଶା କୃଷି ଭବନ । କୃଷି ଭବନରେ ଥିବା କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ବିଲ୍ ଗେଟସ । ଓଡ଼ିଶାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଯେଉଁ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ବା ଡିପିଆଇ ବ୍ୟବହାର କରାଯାଉଛି ସେନେଇ ଅବଗତ ହୋଇଥିଲେ ।

ଏନେଇ କୃଷି ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବିଲ୍ ଗେଟ୍ସ । ତାପରେ ମିଶନ ଶକ୍ତି ବଜାର ପରିଦର୍ଶନ କରିଥିଲେ ସେଠାରେ କୋରାପୁଟ କଫିର ସ୍ବାଦ ନେଇଥିଲେ ବିଲ୍ ଗେଟ୍ସ । ଏଥିସହ ଅଧା କିଲୋ ମୁଗ ଡାଲି, କନ୍ଧମାଳ ହଳଦୀ ଓ ମୁଡକି କିଣିଥିଲେ ବିଲ୍ ଗେଟ୍ସ । ଗତକାଲି ଏହି ମିଶନ ଶକ୍ତି ବଜାରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.