ଶଙ୍ଖଭବନରେ ଉମା ଓ ସଂଜୟ, ସତ୍ୟବାଦୀ ବିବାଦକୁ ନେଇ ଶଙ୍ଖଭବନରେ ବସିଛି ବୈଠକ
ଶଙ୍ଖଭବନରେ ଉମା ଓ ସଂଜୟ। ସତ୍ୟବାଦୀ ବିବାଦକୁ ନେଇ ଶଙ୍ଖଭବନରେ ବୈଠକ ବସିଛି। ଭିଡିଓ ଭାଇରାଲ ଘଟଣା ପରେ ଶଙ୍ଖଭବନରେ ଉଭୟ ନେତା ପହଞ୍ଚିଛନ୍ତି।

ଭୁବନେଶ୍ୱର : ଶଙ୍ଖଭବନରେ ଉମା ଓ ସଂଜୟ। ସତ୍ୟବାଦୀ ବିବାଦକୁ ନେଇ ଶଙ୍ଖଭବନରେ ବୈଠକ ବସିଛି। ଭିଡିଓ ଭାଇରାଲ ଘଟଣା ପରେ ଶଙ୍ଖଭବନରେ ଉଭୟ ନେତା ପହଞ୍ଚିଛନ୍ତି। ବୈଠକରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଅଛନ୍ତି। ପୁରୀ ଜିଲ୍ଲା ସତ୍ୟବାଦୀ ଆସନରେ କିଏ ହେବେ ଵିଜୁ ଜନତା ଦଳ ର ପ୍ରାର୍ଥୀ ? ଏ ନେଇ ଏବେବି କିଛି ସ୍ପଷ୍ଟ ହୋଇନାହିଁ । ତେବେ ଧଉଳୀ ଠାରେ ସଂଜୟ ଦାସବର୍ମା ସତ୍ୟବାଦୀ ଓ କଣାସର କିଛି ଆଗଧାଡି କର୍ମୀକୁ ନେଇ ବୈଠକ କରିବା ପରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ସତ୍ୟବାଦୀର ୧୦୦ରୁ ଅଧିକ ନେତା ଓ କର୍ମୀଙ୍କୁ ନେଇ ବୈଠକର ଆୟୋଜନ କରାଯାଇଥିଲା। ତେବେ ସଞ୍ଜୟଙ୍କ ବୈଠକ ପରେ ଏବେ ପ୍ରଶ୍ନ ଉଠୁଛି ବ୍ରହ୍ମଗିରି ଛାଡି ସତ୍ୟବାଦୀରୁ ନିର୍ବାଚନ ଲଢିବେ କି ? କିଛି ଦିନ ତଳେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ନିର୍ବାଚନ ମଣ୍ଡଳୀର କର୍ମୀମାନଙ୍କୁ ନେଇ ବୈଠକ କରିଥିଲେ। ୨୦୧୪ରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ସତ୍ୟବାଦୀରୁ ବିଜୟୀ ହୋଇଥିଲେ ଉମାକାନ୍ତ ସାମନ୍ତରାୟ। ଏହାପରେ ୨୦୧୫ରେ ବିଜେଡିରେ ଯୋଗ ଦେବା ସହ ୨୦୧୯ରେ ସତ୍ୟବାଦୀରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। ୨୦୨୪ରେ ଉମା କେଉଁଠୁ ନିଜ ଭାଗ୍ୟ ପରୀକ୍ଷା କରାଇବେ ସେ ନେଇ କଳ୍ପନା ଜଳ୍ପନା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ସତ୍ୟବାଦୀବାସୀ ତାହା ମାନିବେ ବୋଲି କହିଛନ୍ତି ଉମା ସାମନ୍ତରାୟ। ।