ନିମ୍ନ ମାନର ହୋଇଛି କାମ, ହାତ ମାରିଲେ ଉଠିଯାଉଛି ପିଚୁ

ଚାନ୍ଦବାଲିରେ ଚାନ୍ଦବାଲି ଗେମନ ବ୍ରିଜ ଠାରୁ ସିମୁଳିଆ ରାସ୍ତାରେ କିଛି କିଛି ସ୍ଥାନରେ ରାସ୍ତାରେ ପିଚୁ ପକାଇ ପୂର୍ତ୍ତ ବିଭାଗ ତରଫରୁ ମରାମତି କରାଯାଇଛି । ହେଲେ ପିଚୁ ପକାଯିବାର ଗୋଟିଏ ଦିନ ପରେ ହାତ ଓ ଗୋଡ ମାରିଲେ ସେହି ପିଚୁ ଉଠି ଯାଇଥିବାର ଦେଖିବାକୁ ମିଳିଛି ।

ଚାନ୍ଦବାଲି (କେନ୍ୟୁଜ) : ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର କରାଯାଉଛି । ଯାହା ଫଳରେ ଏଥିରେ ହାତ ମାରିଲେ ପିଚୁ ଉଠି ଯାଉଛି । ଯିବା ଆସିବା ପାଇଁ ରାସ୍ତାଟିଏ ନିହତି ଜରୁରୀ । କିନ୍ତୁ ରାସ୍ତାର ମରାମତି କାର୍ଯ୍ୟକୁ ଠିକ୍‌ ଭାବେ କରାଯାଇ ନାହିଁ । ଏନେଇ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି ଅଭିଯୋଗ ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ସାମ୍ନାକୁ ଆସିଛି ।

ଚାନ୍ଦବାଲିରେ ଚାନ୍ଦବାଲି ଗେମନ ବ୍ରିଜ ଠାରୁ ସିମୁଳିଆ ରାସ୍ତାରେ କିଛି କିଛି ସ୍ଥାନରେ ରାସ୍ତାରେ ପିଚୁ ପକାଇ ପୂର୍ତ୍ତ ବିଭାଗ ତରଫରୁ ମରାମତି କରାଯାଇଛି । ହେଲେ ପିଚୁ ପକାଯିବାର ଗୋଟିଏ ଦିନ ପରେ ହାତ ଓ ଗୋଡ ମାରିଲେ ସେହି ପିଚୁ ଉଠି ଯାଇଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ରାସ୍ତା ମରାମତି ସମୟରେ ପୂର୍ତ୍ତ ବିଭାଗର କୌଣସି ଅଫିସର ରହୁନାହାନ୍ତି, ଯେଉଁଥିପାଇଁ ଠିକାଦାର ରାତିରେ ପିଚୁ ଆଣି ଢାଳି କାମ କରୁଛି । ତେଣୁ ଠିକାଦାର ଅତି ନିମ୍ନମାନର କାମ କରୁଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏ ବାବଦରେ କାମ ତଦାରକ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗର କନିଷ୍ଠ ୟନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ଠାରୁ କୈାଣସି ପତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.