ଉଜ୍ଜଳେଶ୍ୱର ଶୈବ ପୀଠ ନିକଟରେ ଅନୁଷ୍ଠିତ ହୋଇଯାଇଛି ଏହି ମହାଯଜ୍ଞ, ୩୬ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ ବାବା ରାମଚରଣ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ଉଜ୍ଜଳେଶ୍ୱର ଶୈବ ପୀଠ ନିକଟରେ ଦ୍ୱାଦଶ ରାମ ତାରକ ମହାଯଜ୍ଞ । ଦୀର୍ଘ ଏଗାର ଦିନ ଧରି ଏହି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞଟି ୩୬ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିବା ବେଳେ ତିନି ବର୍ଷକୁ ଥରେ ଆୟୋଜିତ ହୋଇଥାଏ ।

ବ୍ରହ୍ମପୁର (କେନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ଉଜ୍ଜଳେଶ୍ୱର ଶୈବ ପୀଠ ନିକଟରେ ଦ୍ୱାଦଶ ରାମ ତାରକ ମହାଯଜ୍ଞ । ଦୀର୍ଘ ଏଗାର ଦିନ ଧରି ଏହି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞଟି ୩୬ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିବା ବେଳେ ତିନି ବର୍ଷକୁ ଥରେ ଆୟୋଜିତ ହୋଇଥାଏ । ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଉଜ୍ଜଳେଶ୍ୱର ହୋଇଥିବାରୁ, ପ୍ରତିବର୍ଷ ପରି ଚଳିତ ବର୍ଷ ବି ଏହି ଯଜ୍ଞକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା ।

ଏହି ଅବସରରେ ଯଜ୍ଞ କୁଣ୍ଡରେ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଖମାରି ଗାଁ ଉଜ୍ଜଳେଶ୍ୱର ଶୈବ ପୀଠ ନିକଟରେ ଅନୁଷ୍ଠିତ ଏହି ଦ୍ୱାଦଶ ରାମ ତାରକ ମହାଯଜ୍ଞ ମାଘ ତିଳ ସପ୍ତମୀ ରୁ ଆରମ୍ଭ ହୋଇଥିବା ବେଳେ ମାଘ ପୂର୍ଣ୍ଣମୀ ରେ ପୂର୍ଣ୍ଣାହୂତି ହୋଇଥିଲ । ୩୬ ବର୍ଷ ତଳେ ରାମଚରଣ ବାବା ଏହି ଯଜ୍ଞର ଶୁଭାରମ୍ଭ କରିଥିଲେ। ତେବେ ଆଜି ବାବା ନାହାନ୍ତି କିନ୍ତୁ ସେ କରିଥିବା ଯଶ ପାଇଁ ଆଜି ଯାଏ ଯଜ୍ଞ ହୋଇ ଆସୁଥିବା କହିଛନ୍ତି ଅଂଚଳ ବାସୀ ।

ଯଜ୍ଞ ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ କରାଯାଇଥିବା ବେଳେ ପ୍ରତି ତିନି ବର୍ଷରେ ହେଉଥିବା ଏହି ଯଜ୍ଞରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସିଥାନ୍ତି । ଉଜ୍ଜଳେଶ୍ୱର ପୀଠ ଜିଲ୍ଲାର ଏକ ପ୍ରସିଦ୍ଧ ପୀଠ । ଯଜ୍ଞ ପୂର୍ଣ୍ଣାହୂତି ଅବସରରେ ରାମ ଲାଲା ଓ ଉଜ୍ଜଳେଶ୍ୱରଙ୍କ ପ୍ରତିମାଙ୍କୁ ଧରି ପରିକ୍ରମା କରାଯାଇଥିଲା । ଏହି ସମୟରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଯଜ୍ଞରେ ବହୁ ସାଧୁ ସନ୍ଥ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ତେବେ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ସମେତ ବିଦ୍ୱାନ ପଣ୍ଡିତଙ୍କ ଦ୍ୱାରା ଯଜ୍ଞ ସମାପନ ହୋଇଥିଲା । ତେବେ ଉଜ୍ଜଳେଶ୍ୱର ଶୈବ ପୀଠ ନିକଟରେ ହେଉଥିବା ଦ୍ୱାଦଶ ରାମ ତାରକ ମହାଯଜ୍ଞକୁ ବହୁ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି ଏଠାକାର ବାସିନ୍ଦା ।

 

You might also like