ଏଥର ପାଣି ଭିତରେ ବି ମିଳିବ ବଢିଆ ନେଟଓ୍ଵାର୍କ, ଅଣ୍ଡର ଓ୍ଵାଟର ମେଟ୍ରୋ ଟ୍ରେନ୍ ପାଇଁ ଏୟାରଟେଲ୍ ଆଣିଲା 5G ସୁବିଧା
କୋଲକାତାରେ ରହୁଛନ୍ତି କିମ୍ବା ବାରମ୍ବାର ଯିବା ଆସିବା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ହେବାକୁ ଯାଉଛି । ଏଠାରେ ଖୁବ୍ ଶୀଘ୍ର ଏକ ଅଣ୍ଡର ୱାଟର ମେଟ୍ରୋ ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ଏୟାରଟେଲ କମ୍ପାନୀ ସୋମବାର ସୂଚନା ଦେଇଛି । ତେବେ ଭାରତରେ ଏପରି ମେଟ୍ରୋ ପ୍ରଥମ ଥର ହେବାକୁ ଯାଉଛି ।
ଲୋକମାନଙ୍କ ସୁବିଧା ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାରର ନୂଆ ନୂଆ ଟେକ୍ନୋଲୋଜି ଦେଖିବାକୁ ମିଳୁଛି । ଆପଣମାନେ ଶୁଣିଲେ ଖୁସି ହୋଇଯିବେ ଯେ ଏବେ ଟେକ୍ନୋଲୋଜି ମେଟ୍ରୋ ଟ୍ରେନରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଆପଣମାନେ ତ ଜାଣିଥିବେ ଯେ ଦେଶରେ ଟ୍ରାଫିକ୍କୁ ନେଇ ବର୍ତ୍ତମାନ ବହୁତ ସମସ୍ୟା ହେଉଛି । ତେବେ ଏହି ସମସ୍ୟାରୁ ବଞ୍ଚିବା ପାଇଁ ମେଟ୍ରୋ ଲାଇନ୍ ଲଗାଯାଇଥାଏ । କୋଲକାତାରେ ଟ୍ରାଫିକ୍କୁ ନେଇ ବହୁତ ସମସ୍ୟା ହୋଇଥାଏ । ଏବେ କୋଲକାତା ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି, ଯେଉଁଥିରୁ ସେମାନେ ବହୁତ ସୁବିଧା ପାଇବାକୁ ଯାଉଛନ୍ତି । ବାସ୍ତବରେ କୋଲକାତା ହେଉଛି ଦେଶର ସବୁଠାରୁ ବ୍ୟସ୍ତବହୁଳ ସହର ଏବଂ ଏଠାରେ ଅଧିକାଂଶ ଲୋକମାନେ ଟ୍ରାଫିକ୍ ସମସ୍ୟାକୁ ଏଡାଇବା ପାଇଁ ଏବଂ ସେମାନଙ୍କ ସମୟ ବଞ୍ଚାଇବା ପାଇଁ ମେଟ୍ରୋ ଟ୍ରେନ୍ରେ ଯିବାକୁ ପସନ୍ଦ କରନ୍ତି ।
ଯଦି ଆପଣ ମଧ୍ୟ କୋଲକାତାରେ ରହୁଛନ୍ତି କିମ୍ବା ବାରମ୍ବାର ଯିବା ଆସିବା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ହେବାକୁ ଯାଉଛି । ଏଠାରେ ଖୁବ୍ ଶୀଘ୍ର ଏକ ଅଣ୍ଡର ୱାଟର ମେଟ୍ରୋ ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ଏୟାରଟେଲ କମ୍ପାନୀ ସୋମବାର ସୂଚନା ଦେଇଛି । ତେବେ ଭାରତରେ ଏପରି ମେଟ୍ରୋ ପ୍ରଥମ ଥର ହେବାକୁ ଯାଉଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୋଲକାତା ମେଟ୍ରୋ ଯାତ୍ରୀମାନଙ୍କୁ 5G କନେକ୍ଟିଭିଟି ଯୋଗାଇବା ପାଇଁ, ହୁଗୁଳି ନଦୀ ତଳେ ୩୫ ମିଟର ଗଭୀରତାରେ ହାଇ କ୍ୟାପାସିଟି ନୋଡସ୍ ଦେବ ପାଇଁ ଭାରତର ଟେଲିକମ୍ କମ୍ପାନୀ ଏୟାରଟେଲ ସୋମବାର ଏପରି ସୂଚନା ଦେଇଛି । ତେବେ ହୁଗୁଳି ନଦୀ ତଳେ ଥିବା ଏକ ଟନେଲ ଦେଇ ହାଓ୍ଵଡା ସହିତ କୋଲକାତା କନେକ୍ଟ କରୁଥିବା, ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋର ପ୍ଲାନ୍ କରାଯାଇଛି । ଏହା ମଧ୍ୟ ସୂଚନା ରହିଛି ଯେ ଜୁନ୍ ୨୦୨୪ ରେ କାର୍ଯ୍ୟ ଆରମ୍ଭ ହେବ ।
ହାଇ କ୍ୟାପାସିଟି ନୋଡସ୍ ତିଆରି ହେବା ପରେ ଏୟାରଟେଲ ଏପରି ପ୍ରଥମ କମ୍ପାନୀ ହେବ ଯାହାକି କୋଲକାତା ମେଟ୍ରୋର ପୂର୍ବ ରୁ ପଶ୍ଚିମ କରିଡରରେ 5G କନେକ୍ଟ କରିବ । ଏହି ୪.୮ କିଲୋମିଟର ଲମ୍ବ କରିଡର ହାଓ୍ଵାଡା ମଇଦାନକୁ ଏସପ୍ଲାନେଡ୍ ସହିତ କନେକ୍ଟ କରେ ।
ସୂଚନା ମୁତାବକ, ଏହି ମେଟ୍ରୋ କରିଡରର ପ୍ରତ୍ୟେକ ଷ୍ଟେସନରେ ହାଇ କ୍ୟାପାସିଟି ନୋଡସ୍ ଦେବା ପାଇଁ ଏପରି କନେକ୍ଟିଭିଟି ତିଆରି କରାଯାଇଛି । ଯାହାଦ୍ୱାରା ଯାତ୍ରୀମାନଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍, ଭଏସ୍ କଲ୍ ଏବଂ ଡାଟା ଟ୍ରାନ୍ସମିସନ୍ ଉପଲବ୍ଧ ହୋଇପାରିବ । ତେବେ ଭାରତ ଏୟାରଟେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆୟାନ୍ ସରକାର କହିଛନ୍ତି ଯେ, ନଦୀ ତଳ ଟନେଲରେ ଏହି କନେକ୍ଟିଭିଟି ଯୋଗାଇ ଦିଆଯିବ, ତେବେ ଏହା ନିଶ୍ଚିତ ଭାବରେ ଯାତ୍ରୀମାନଙ୍କ ପାଇଁ ମେଟ୍ରୋ ଯାତ୍ରାକୁ ସୁବିଧାଜନକ କରିବ । ଯାହାଦ୍ୱାରା ଲୋକମାନେ ମେଟ୍ରୋରେ ଯାତ୍ରା କରିବା ସମୟରେ ନେଟ୍ଓ୍ଵାର୍କ ସମସ୍ୟାକୁ ସାମ୍ନା କରିବେ ନାହିଁ ।