ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ସନ୍ଥନଙ୍କ ମୃତ୍ୟୁ, ପରିବାରକୁ ଦେଖିବା ପାଇଁ ହେଉଥିଲା ଡହଳବିକଳ

ଜେଲରୁ ମୁକୁଳିବା ପରେ କିଛି ଦିନ ହେବ ସନ୍ଥନଙ୍କ ଲିଭରରେ ସଂକ୍ରମଣ ହୋଇଥିବାରୁ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ସନ୍ଥନଙ୍କ ମୃତଦେହକୁ ଶ୍ରୀଲଙ୍କା ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି ।

ରାଜୀବ ଗାନ୍ଧି ହତ୍ୟା ମାମଲାର ଅନ୍ୟତମ ଦୋଷୀ ସନ୍ଥନଙ୍କ ମୃତ୍ୟୁ ହୋଇଛି । ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ସକାଳ ୭.୫୦ ମିନିଟ୍‌ ସମୟରେ ଲିଭର ଫେଲ୍‌ ହେବା ଯୋଗୁଁ ମୃତ୍ୟୁ ହୋଇଛି । ଗତ ୨୭ ଜାନୁଆରୀରେ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ସନ୍ଥନ ଜଣେ ଶ୍ରୀଲଙ୍କା ନାଗରିକ ଥିଲେ । ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ମାମଲାରେ ୧୯୯୧ ମସିହାରେ ତାଙ୍କୁ ୨୦ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍ ହୋଇଥିଲା । ୨୦୨୨ ମସିହାରେ ସୁପ୍ରିମ କୋର୍ଟ ସନ୍ଥନଙ୍କ ସମେତ ୭ ଜଣଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜେଲରୁ ମୁକୁଳିବା ପରେ କିଛି ଦିନ ହେବ ସନ୍ଥନଙ୍କ ଲିଭରରେ ସଂକ୍ରମଣ ହୋଇଥିବାରୁ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ସନ୍ଥନଙ୍କ ମୃତଦେହକୁ ଶ୍ରୀଲଙ୍କା ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି ।

ସୂଚନାଯାଗ୍ୟ, ଚେନ୍ନାଇରେ ବିଦେଶୀ କ୍ଷେତ୍ରୀୟ ପଞ୍ଜିକରଣ କାର୍ଯ୍ୟାଳୟ(FRRO) ଗତ ଶୁକ୍ରବାର ଦିନ ଏକ ଆଦେଶ ଜାରି କରିଥିଲେ । ଯେଉଁଥିରେ ଲେଖାଥିଲା କି ସନ୍ଥନଙ୍କୁ ଶ୍ରୀଲଙ୍କା ଫେରିଯିବାକୁ ଅନୁମତି ଥିଲା । କିନ୍ତୁ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ସେ ଯାଇପାରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.