ନୂଆ ଅଟୋ ଦିଅ, ବର କନିଆଙ୍କୁ ନିଅ

ଧୁମ୍ ଧାମ୍ ରେ ଆୟୋଜନ ହୋଇଥିଲା ବିବାହ । କାନ୍ଥ ଝଟକୁଥିଲା ପ୍ରତିମା ସହିତ ମାନସର ଶୁଭ ବିବାହ । ଭୋଜି ଭାତରେ ମହକୁଥିଲା ସାରା ପରିବେଶ । ବନ୍ଧୁ ବାନ୍ଧବ ଆସି ସଭିଏଁ ପହଁଚି ସାରିଥିଲେ ଏହି ଖୁସି ମାହୋଲରେ । ବରଯାତ୍ରୀ ବି ବରକୁ ଧରି କନିଆ ଘର ଅଭିଭୁଖେ ବାହାରିଥିଲେ । ସବୁ ସୁରୁଖୁରୁରେ ଚାଲିଥିଲା । କିନ୍ତୁ ହଠାତ୍ ଉନ୍ମତ କାଣ୍ଡ ଘଟରାଇଥିଲେ ବରଯାତ୍ରୀ ।

ରାଜନଗର(କେନ୍ୟୁଜ୍‌): ଧୁମ୍ ଧାମ୍ ରେ ଆୟୋଜନ ହୋଇଥିଲା ବିବାହ । କାନ୍ଥ ଝଟକୁଥିଲା ପ୍ରତିମା ସହିତ ମାନସର ଶୁଭ ବିବାହ । ଭୋଜି ଭାତରେ ମହକୁଥିଲା ସାରା ପରିବେଶ । ବନ୍ଧୁ ବାନ୍ଧବ ଆସି ସଭିଏଁ ପହଁଚି ସାରିଥିଲେ ଏହି ଖୁସି ମାହୋଲରେ । ବରଯାତ୍ରୀ ବି ବରକୁ ଧରି କନିଆ ଘର ଅଭିଭୁଖେ ବାହାରିଥିଲେ । ସବୁ ସୁରୁଖୁରୁରେ ଚାଲିଥିଲା । କିନ୍ତୁ ହଠାତ୍ ଉନ୍ମତ କାଣ୍ଡ ଘଟରାଇଥିଲେ ବରଯାତ୍ରୀ । ବରପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଏଥା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବର ପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପରେ ବରଯାତ୍ରୀ ଜାଳି ଦେଇଛନ୍ତି କନ୍ୟା ପକ୍ଷ ଲୋକଙ୍କ ଅଟୋ । ଯାହାଫଳରେ ଗାଁରେ ବର କନ୍ୟାଙ୍କୁ ଅଟକ ରଖାଯାଇଛି । ସୂଚନା ମୁତାବକ ରାଜନଗର ଥାନା ଅନ୍ତର୍ଗତ ଯଦୁଚନ୍ଦ୍ରପୁର ଗାଁର ହରେକୃଷ୍ଣ ରାଉଳଙ୍କ ପୁଅ ମାନସ ରାଉଳ, କଇଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ସହ ଗତକାଲି କଇଥା ଗାଁ ରେ ପହଁଚିଥିଲେ ।

ପ୍ରୋସେସନ କରି ପ୍ରତିମାଙ୍କ ଘରକୁ ଆସିବା ସମୟରେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ତେବେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ବରଯାତ୍ରୀ ମାନେ କନ୍ୟା ପକ୍ଷର ଅଟୋକୁ ଜାଳି ଦେଇଥିଲେ । ଯାହାଫଳରେ ଉତେଜନା ତୀବ୍ର ହେବା ଫଳରେ କଏଥା ଗ୍ରାମବାସୀମାନେ ବରକୁ ଅଟକ ରଖିଛନ୍ତି ।

କୁହାଯାଉଛି ନିଶା ଶକ୍ତ ଅବସ୍ଥାରେ କିଛି ବରଯାତ୍ରୀ ଏଭଳି କାଣ୍ଡ ଘଟଶଇଛନ୍ତି । ତେବେ ଘଟଣା ସ୍ଥଳରେ ରାଜନଗର ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ବରଯାତ୍ରୀରେ ଆସିଥିବା ୫ ଜଣଙ୍କ ନାଁ ମାମଲା ରୁଜୁ କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ପୋଡା ଅଟୋ ବଦଳରେ ନୂଆ ଅଟୋ ନଦେଲେ ବର କନିଆଙ୍କୁ ଛଡାନଯିବାକୁ ଗାଁ ଲୋକେ ଜିଦ୍ ଧରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.