ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ । ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଆଜି ସକାଳୁ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ବସ୍ତି ପରିଦର୍ଶନରୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମାଇକ୍ରୋସଫଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍ । ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଆଜି ସକାଳୁ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ବସ୍ତି ପରିଦର୍ଶନରୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାପରେ ଯାଇଥିଲେ ଓଡ଼ିଶା କୃଷି ଭବନ । କୃଷି ଭବନରେ ଥିବା କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ବିଲ୍ ଗେଟସ । ଓଡ଼ିଶାରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଯେଉଁ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ବା ଡିପିଆଇ ବ୍ୟବହାର କରାଯାଉଛି ସେନେଇ ଅବଗତ ହୋଇଥିଲେ ।

ଏନେଇ କୃଷି ବିଭାଗ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବିଲ ଗେଟ୍ ସ । ତାପରେ ମିଶନ ଶକ୍ତି ବଜାର ପରିଦର୍ଶନ କରିଛନ୍ତି । ସେଠାରେ କୋରାପୁଟ କଫିର ସ୍ବାଦ ନେଇଛନ୍ତି ବିଲ୍ ଗେଟ୍ସ । ଏଥିସହ ଅଧା କିଲୋ ମୁଗ ଡାଲି, କନ୍ଧମାଳ ହଳଦୀ ଓ ମୁଡକି କିଣିଥିଲେ ବିଲ ଗେଟ୍ ସ । ଗତକାଲି ଏହି ମିଶନ ଶକ୍ତି ବଜାରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଓଡ଼ିଶା ଗସ୍ତ ସାରି ଫେରିଯାଇଛନ୍ତି ବିଲ ଗେଟସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.