ଓଡ଼ିଶାରେ ପହଞ୍ଚିଲେ ମହାମହିମ, ମା’ଙ୍କୁ ଦର୍ଶନ ସହ ପ୍ରସାଦ ସେବନ କରିବେ
ଓଡ଼ିଶାରେ ପହଞ୍ଚିଲେ ମହାମହିମ । ରାଞ୍ଚିରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜ ପାଣ୍ଡରଶିଳରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରୁ ସିଧାସଳଖ ଖିଚିଂ ଅଭିମୁଖେ ଗସ୍ତ କରି ମା' କିଚକେଶ୍ବରୀଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ।
ମୟୂରଭଞ୍ଜ(କେନ୍ୟୁଜ୍): ଓଡ଼ିଶାରେ ମହାମହିମ । ରାଞ୍ଚିରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜ ପାଣ୍ଡରଶିଳରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରୁ ସିଧାସଳଖ ଖିଚିଂ ଅଭିମୁଖେ ଗସ୍ତ କରି ମା’ କିଚକେଶ୍ବରୀଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ଖିଚିଂ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ସେଠାରୁ ଅପରାହ୍ଣ ସାଢ଼େ ୪ଟାରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି। କେନ୍ଦ୍ର ସରକାରଙ୍କର ଅବକାଶ ନିବାସ ପାଇଁ ଶିଳାନ୍ୟାସ କରିବେ । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ୪ ଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ୨ ଦିନ ରହଣୀ ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ଵର, ବ୍ରହ୍ମପୁର ଓ ସମ୍ୱଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।