ବ୍ଲୁ ଆଧାର କାର୍ଡ କଣ ? ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଏହି କାର୍ଡ

ଆଧାର କାର୍ଡ ଦୁଇ ପ୍ରକାରର ଅଛି । ଆଧାର କାର୍ଡଗୁଡ଼ିକ ପ୍ରାୟତଃ ଧଳା ରଙ୍ଗର ହୋଇଥାଏ, ଯେଉଁଥିରେ ସବୁଜ ଏବଂ କମଳା ରଙ୍ଗ ଥିବା ମଧ୍ୟ ଆପଣ ଦେଖିଥିବେ । କିନ୍ତୁ ଏହି ଧଳା ଆଧାର କାର୍ଡ ବ୍ୟତୀତ ଆଉ ଗୋଟିଏ ଆଧାର କାର୍ଡ ଅଛି ।

ଦେଶର ସମସ୍ତ ନାଗରିକଙ୍କ ପାଇଁ ଆଧାର କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ । ଏହି କାର୍ଡ ବିନା ଆମେ କୌଣସି ଅଫିସିଆଲ କାମ କରିବା ଅସମ୍ଭବ । ଆମ ପରିଚୟ ପାଇଁ ଆମେ ସବୁବେଳେ ଆଧାର କାର୍ଡ ବ୍ୟବହାର କରୁ । କିନ୍ତୁ ଆପଣ କେବେ ଆଧାର କାର୍ଡର ରଙ୍ଗକୁ ଲକ୍ଷ୍ୟ କରିଛନ୍ତି କି ? ସୂଚନା ଥାଉ କି ଆଧାର କାର୍ଡ ଦୁଇ ପ୍ରକାରର ଅଛି । ଆଧାର କାର୍ଡଗୁଡ଼ିକ ପ୍ରାୟତଃ ଧଳା ରଙ୍ଗର ହୋଇଥାଏ, ଯେଉଁଥିରେ ସବୁଜ ଏବଂ କମଳା ରଙ୍ଗ ଥିବା ମଧ୍ୟ ଆପଣ ଦେଖିଥିବେ ।
କିନ୍ତୁ ଏହି ଧଳା ଆଧାର କାର୍ଡ ବ୍ୟତୀତ ଆଉ ଗୋଟିଏ ଆଧାର କାର୍ଡ ଅଛି । ଯାହା ନୀଳ ରଙ୍ଗର ହୋଇଥାଏ । ଆପଣ ହୁଏତ କେବେ ନା କେବେ ନୀଳ ରଙ୍ଗର ଆଧାର କାର୍ଡ ଦେଖିଥିବେ । ଏହି ଆଧାର କାର୍ଡ ସମ୍ପୂର୍ଣ୍ଣ ଭିନ୍ନ । ତେବେ ଆଜି ଆମେ ଆପଣଙ୍କୁ ଏହି ନୀଳ ରଙ୍ଗର ଆଧାର କାର୍ଡ ବିଷୟରେ କହିବାକୁ ଯାଉଛୁ । ଏହା କିପରି ତିଆରି କରାଯାଏ ? ଏଥିପାଇଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ? ଏବଂ ଏହି ଆଧାର କାର୍ଡକୁ କିଏ ବ୍ୟବହାର କରେ । ଏ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଏହି ଖବର ଉପରେ ନଜର ପକାନ୍ତୁ ।

ବ୍ଲୁ ଆଧାର କାର୍ଡ କଣ ?
ପିଲାମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଆଧାର କାର୍ଡ ଗୁଡ଼ିକ ସାଧାରଣ ଆଧାର କାର୍ଡଠାରୁ ସମ୍ପୂର୍ଣ୍ଣ ଭିନ୍ନ । UIDAI ଦ୍ୱାରା ପିଲାମାନଙ୍କ ପାଇଁ ଦିଆଯାଉଥିବା ଆଧାର କାର୍ଡର ରଙ୍ଗ ନୀଳ ହୋଇଥାଏ । ଏହି ବ୍ଲୁ ଆଧାର କାର୍ଡ ଶିଶୁର ଜନ୍ମ ସମୟରେ ବର୍ଥ ଡିସଚାର୍ଜ ସାର୍ଟିଫିକେଟ୍‌ ଏବଂ ପିତାମାତାଙ୍କ ଆଧାର କାର୍ଡ ଦ୍ୱାରା ତିଆରି କରାଯାଇଥାଏ ।

ନୀଳ ରଙ୍ଗର ୧୨ ଅଙ୍କ ବିଶିଷ୍ଟ ଆଧାର କାର୍ଡ ୫ ବର୍ଷ କିମ୍ବା ତା’ଠାରୁ କମ୍ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରାଯାଏ । ଏହି ଆଧାର କାର୍ଡ ୫ ବର୍ଷ ପର୍ଯ୍ୟନ୍ତ ଭ୍ୟାଲିଡ୍‌ ଥାଏ । ଏହା ପରେ ଏହି ଆଧାର କାର୍ଡକୁ ଅପଡେଟ୍ କରିବାକୁ ପଡିବ । ଏହି ବ୍ଲୁ ଆଧାର କାର୍ଡକୁ ୫ ବର୍ଷ ବୟସ ପରେ ବ୍ୟବହାର କରାଯାଇପାରିବ ନାହିଁ ।

କିପରି ତିଆରି ହେବ ବ୍ଲୁ ଆଧାର କାର୍ଡ ?

ବ୍ଲୁ ଆଧାର କାର୍ଡ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କରାଯାଇପାରିବ । ଏହି ଆଧାର କାର୍ଡ ତିଆରି କରିବା ପାଇଁ ଶିଶୁର ବାୟୋମେଟ୍ରିକ୍ ସୂଚନା ଆବଶ୍ୟକ ନୁହେଁ । ଏଥିପାଇଁ କେବଳ ପିତାମାତାଙ୍କ ଆଧାର କାର୍ଡ ଆବଶ୍ୟକ । ଏଥିରେ ଶିଶୁର କେବଳ ଗୋଟିଏ ଫଟୋ କ୍ଲିକ୍ ହୋଇଥାଏ ।

ଅନଲାଇନରେ କେମିତି ପ୍ରସ୍ତୁତ କରିବେ ବ୍ଲୁ ଆଧାର କାର୍ଡ ?

ଅନଲାଇନ୍ ରେ ବ୍ଲୁ ଆଧାର କାର୍ଡ ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ UIDAI ୱେବସାଇଟକୁ ଯିବାକୁ ପଡିବ । ଏଥିରେ ଆଧାର ରେଜିଷ୍ଟ୍ରେସନରେ ଶିଶୁର ଆବଶ୍ୟକୀୟ ସୂଚନା ଦେବା ସହିତ ପିତାମାତାଙ୍କୁ ସେମାନଙ୍କ ନମ୍ବର ଦେବାକୁ ପଡିବ । ରେଜିଷ୍ଟ୍ରେସନ୍‌ ପ୍ରୋସେସ୍‌ ପାଇଁ ଆପଣଙ୍କୁ ଏକ ଏନରୋଲମେଣ୍ଟ ସେଣ୍ଟର ବୁକ୍ କରିବାକୁ ପଡିବ । ଏଠାରେ ପିତାମାତାଙ୍କ ଆଧାର କାର୍ଡ, ଆଡ୍ରେସ୍‌ ପ୍ରୁଫ୍‌ ଏବଂ ଶିଶୁର ବାର୍ଥ ସାର୍ଟିଫିକେଟ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ଏହା ପରେ ୬୦ ଦିନ ମଧ୍ୟରେ ଆଧାର କାର୍ଡ ମିଳିଯିବ ।

ଯେତେବେଳେ ଶିଶୁ ୫ ବର୍ଷ ବୟସର ହୋଇଯିବ, ଆପଣଙ୍କୁ ଶିଶୁର ଆଧାର କାର୍ଡ ଅପଡେଟ୍ କରିବାକୁ ପଡିବ । ଏଥିପାଇଁ UIDAI ସାଇଟ୍ ଯାଇ ଆପଣ ହୋମପେଜରେ ଆପଏଣ୍ଟମେଣ୍ଟ ବୁକ୍ କରିବାର ଅପ୍ସନ ପାଇବେ । ଏଠାରେ ଲୋକେସନ୍‌ ର ଡିଟେଲ୍ସ ଏବଂ ସମସ୍ତ ସୂଚନା ଯାଞ୍ଚ କରିବା ପରେ ଆପଣଙ୍କୁ ସମସ୍ତ ଡକ୍ୟୁମେଣ୍ଟ ସହିତ ପିଲାକୁ ନେଇ ଆଧାର ସେଣ୍ଟରକୁ ଯିବାକୁ ପଡିବ । ଏଠାରେ ଯାଞ୍ଚ ହେବା ପରେ ଶିଶୁର ଏକ ନୂଆ ଆଧାର କାର୍ଡ ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.