ଅଖିଳେଶ ଯାଦବଙ୍କୁ ସିବିଆଇ ସମନ, ବେଆଇନ ଖଣି ଖନନ ମାମଲାରେ କରିବ ପଚରାଉଚରା

ଅଖିଳେଶ ଯାଦବଙ୍କୁ ଆସନ୍ତାକାଲି ଦିଲ୍ଲୀ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ସାକ୍ଷୀ ରୂପେ ସାମିଲ ହେବାକୁ ସିବିଆଇ ସମନ ଜାରି କରିଥିବା ଜଣାପଡିଛି ।

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବଙ୍କୁ ସମନ ପଠାଇଛି ସିବିଆଇ । ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ସମନ ଜାରି କରିଛି । ଆସନ୍ତାକାଲି ତାଙ୍କୁ ସିବିଆଇରେ ହାଜର ହେବାକୁ କୁହାଯାଇଛି । ଅଖିଳେଶଙ୍କୁ ୧୬୦CRPC ଅଧିନରେ ସମନ ପଠାଯାଇଛି ।

ସୂଚନା ମୁତାବକ, ଅଖିଳେଶ ଯାଦବଙ୍କୁ ଆସନ୍ତାକାଲି ଦିଲ୍ଲୀ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ବେଆଇନ ଖଣି ଖନନ ମାମଲାରେ ତାଙ୍କୁ ସାକ୍ଷୀ ରୂପେ ସାମିଲ ହେବାକୁ ସିବିଆଇ ସମନ ଜାରି କରିଥିବା ଜଣାପଡିଛି । ୨୦୧୬ରେ ଆଲାହାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା, ଯେଉଁଥିରେ ହମିରପୁରର ତତ୍‌କାଳୀନ ଜିଲ୍ଲାପାଳ ସମେତ ଅନ୍ୟମାନେ ବେଆଇନ ଖଣି ଖନନ ହେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ଆଲାହବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ନିଜ ହାତକୁ ଦାୟିତ୍ୱ ନେଇଥିଲା ।

୨୦୧୨-୧୩ ଖଣି ଖନନ ବିଭାଗ ପରିଚାଳନା କରୁଥିଲେ ଅଖିଳେଶ ଯାଦବ । ୨୦୧୨-୧୬ରେ ହମିରପୁର ଜିଲ୍ଲାରେ ଛୋଟ ଧରଣର ଖଣିକୁ ବେଆଇନ୍ ରୂପେ ଖନନ କରିବାକୁ ଲୋକଙ୍କୁ ଅନୁମତି ଦିଆଯାଇଥିଲା । ବେଆଇନ ରୂପେ ଖନନ ପାଇଁ ନୂଆ ଲାଇସେନ୍ସ ଦିଆଯାଇ ପୁରୁଣା ଲାଇସେନ୍ସକୁ ନବୀକରଣ କରାଯାଇଥିଲା । ଏହାକୁ ନେଇ ଜାନୁଆରୀ ୨୦୧୯ରେ ଉତ୍ତରପ୍ରଦେଶ, ଶାମଲି, କୌଶାମ୍ବୀ, ଫତେହପୁର, ଦେଓରିଆ, ସାହାରନପୁର, ହମିରପୁର ଏବଂ ସିଦ୍ଧାର୍ଥନଗରର ସାତୋଟି ଜିଲ୍ଲାରୁ ବେଆଇନ ଖଣି ଖନନ ମାମଲା ରୁଜୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.