ବାଣପୁର ସବ ଜେଲ ଗଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଟାଙ୍ଗୀ(କେନ୍ୟୁଜ୍):ଆଜି ଖୋରଧା ଜିଲ୍ଲା ବାଣପୁର ଜେଏମଏଫସି କୋର୍ଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହାଜର ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ନିକଟରେ ବିଧାୟକଙ୍କ ନିୟମିତ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିବା ବେଳେ ଆଜି ବାଣପୁର ତଳ କୋର୍ଟରେ ଅନ୍ତରୀଣ ଜାମିନରେ ଥିବା ବିଧାୟକଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ପାଖାପାଖି ୨ଘଟିକା ସମୟରେ ବିଧାୟକ ବାଣପୁର ଜେଏମଏଫସି କୋର୍ଟରେ ହଜିର ହୋଇଥିଲେ । ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ପୁଣି ବାଣପୁର ସବ ଜେଲକୁ ଗଲେ ।