ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ମମ ଭାବେ ମାରି ଦେଲା ପଡ଼ୋଶୀ

ଜୟପୁର (କେନ୍ୟୁଜ୍‌) : ଅଙ୍ଗନବାଡି କର୍ମୀଙ୍କୁ ନିର୍ମମ ହତ୍ୟା । ରକ୍ତ ଜୁଡୁବୁଡୁ ମୃତ ଶରୀର ପଡି ରହିଛି । ଘଟଣା ଘଟିଛି କୋରାପୁଟ କୋଟପାଡ ଅଞ୍ଚଳରେ । ଯାହା ଜଣାପଡ଼ିଛି ଗତକାଲି ରାତି ପ୍ରାୟ ୧୦ଟା ବେଳେ ପଡ଼ୋଶୀ ସନ୍ତୋଷ ସରାବୁ ନାମକ ଯୁବକ ଘାଟାଇଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ।

ଅଙ୍ଗନବାଡ଼ି କର୍ମୀ ବାସନ୍ତୀ ସାଉରl ନିଜ ଘରେ ଶାଶୁ ଏବଂ ୫ ବର୍ଷର ଛୁଆ ସହ ରହୁଥିଲେ । ତାଙ୍କ ସ୍ୱାମୀ ଦାଦନ ଖଟିବାକୁ ୨ ମାସ ହେବ କେରଳ ଯାଇଛନ୍ତି । ଏହି ସୁଯୋଗରେ ସନ୍ତୋଷ ବାସନ୍ତୀ ନାୟକଙ୍କ ପାଚେରୀ ଡେଇଁ ଛପିରହି ଥିଲା । ରାତି ପ୍ରାୟ ୧୦ଟା ବେଳକୁ ବାସନ୍ତୀ ଶୌଚ କରିବାକୁ ଯାଇଥିବା ସମୟରେ ତାଙ୍କ ଉପରେ ଛୁରାରେ ଅତର୍କିତ ଆକ୍ରମଣ କରିଥିଲl । ଏହାପରେ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲା । ଗୁରୁତର ଆହତ ହୋଇଥିବା ବାସନ୍ତୀଙ୍କୁ ଗାଁ ଲୋକେ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘାଷଣା କରିଥିଲେ l

ସୂଚନା ଥାଉକି ମୃତକ ବାସନ୍ତୀ ଓ ତାଙ୍କ ପରିବାର ୬ ମାସ ପୂର୍ଵରୁ ଅଭିଯୁକ୍ତ ସନ୍ତୋଷଙ୍କ ନାଁରେ ଅଭିଯୋଗ କରିଥିଲେ । ବାସନ୍ତୀଙ୍କୁ ସନ୍ତୋଷ ଅଶ୍ଳୀଳ ମେସେଜ ପଠାଇବାର ଅଭିଯୋଗ ରହିଥିଲା । ଏହି ଘଟଣାରେ ସନ୍ତୋଷ ଦୁଇଦିନ ହାଜତରେ ରହିବା ପରେ ଆପୋଷ ବୁଝାମଣା ହୋଇଥିଲା । ସନ୍ତୋଷ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିବା ପରେ ମୁକୁଳି ଥିଲେ l କାଲିର ଘଟଣା ପରେ ପୋଲିସ୍‌ ଆଜି ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ କରିଛି । ଅଭିଯୁକ୍ତ ସନ୍ତୋଷକୁ ଗିରଫ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.