ରାଜନଗର : କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

କେନ୍ଦ୍ରାପଡା : ପୁଣି କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ । ସୋସିଆଲ୍ ମିଡିଆରେ ଆଂଟିସୋସିଆଲ୍ ଆକ୍ଟିଭିଟି । ଅନେକ ସଚେତନତା ସତ୍ତ୍ୱେ ଏହା ଥମିବାର ନାଁ ନେଉନାହିଁ। ଏଥର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ୫ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । 

ପୀଡିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ପହିଲି ରଜ ଦିନ ତାଙ୍କ ଝିଅ ତା’ର ଜଣେ ସାଙ୍ଗ ସହିତ ପେଣ୍ଠ ବେଳାଭୂମିକୁ ବୁଲିବାକୁ ଯାଇଥିଲା । ବର୍ଷା ହେବାରୁ ସେମାନେ ନିକଟରେ  ଥିବା ଏକ ମନ୍ଦିରରେ ଯାଇ ବସିଥିଲେ। ଏହି ସମୟରେ କିଛି ଯୁବକ ସେଠାରେ ପହଞ୍ଚି ସେମାନଙ୍କୁ ଏକୁଟିଆ ପାଇ ପ୍ରଥମେ ଅଶ୍ଳୀଳ ଇଙ୍ଗିତ କରିଥିଲେ। ପରେ ଜୋର ଜବରଦସ୍ତ ଝିଅର ଡ୍ରେସ୍‌ ଖୋଲି ଦୁଷ୍କର୍ମ କରିବାକୁ  ଉଦ୍ୟମ କରିଥିଲେ। ଏହାସହ ସେମାନଙ୍କର ଭିଡିଓ ରେକଡିଂ କରିଥିଲେ। ପରେ ଗାଡି ଚାବି ଓ ଟଙ୍କା ନେଇ ସେଠାରୁ ପଳାଇ ଯାଇଥିଲେ।

Leave A Reply

Your email address will not be published.