Below header

ମୋ ସ୍କୁଲ ଅଧ୍ୟକ୍ଷ ଯାଜପୁର ଆସିଲେ, ସ୍କୁଲ ବୁଲି ଅଭାବ ଅସୁବିଧା ବୁଝିଲେ

ଯାଜପୁର ଟାଉନ (କେନ୍ୟୁଜ୍‌) : ଯାଜପୁର ଗସ୍ତରେ ମୋ ସ୍କୁଲ ଅଧ୍ୟକ୍ଷ ସୁସ୍ମିତା ବାଗଚି । ସେ ଆଜି ଯାଜପୁର ଜିଲ୍ଲାର ରାମବାଗ ହାଇସ୍କୁଲ ଏବଂ ଜିଲା ସ୍କୁଲ ପରିଦର୍ଶନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ସ୍କୁଲରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମଧ୍ୟ ବିଭିନ୍ନ ମତାମତ ଗ୍ରହଣ କରିଥିଲେ । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ପ୍ରମୁଖ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସଂପର୍କରେ ନିଜର ମତ ଦେଇଥିଲେ ।

MO SCHOOL-1ଯାଜପୁର ଜିଲ୍ଲାରେ ମୋ ସ୍କୁଲ ଅଭିଯାନକୁ ସଫଳ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିରେ ଅଦ୍ୟାବଧି ୪୫ଟି ସ୍କୁଲକୁ ସାମିଲ କରାଯାଇଛି । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍କୁଲର ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ଶ୍ରୀମତୀ ବାଗଚି କହିଥିଲେ । ସମୀକ୍ଷା ବୈଠକରେ ଯାଜପୁର ଉପଜିଲ୍ଲପାଳ ନାରାୟଣ ଚନ୍ଦ୍ର ଧଳ,ଜିଲ୍ଲାର ସମସ୍ତ ବିଇଓ ଏବଂ ମୋ ସ୍କୁଲର ରାଜ୍ୟ ସଂଯୋଜକ ଅମରଜିତ୍ ଜେନା, ପ୍ରୋଗ୍ରାମ ଅଫିସର ପାର୍ଥବୀର ସାମଲ ପ୍ରମୁଖ ସାମିଲ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.