Below header

ଗଜପତି ଜିଲ୍ଲାରେ ମୋବାଇଲ ପେଟ୍ରୋଲ ଟାଙ୍କି, ଖୁଚୁରାରେ ଏମିତି ବିକ୍ରି କେବେ ଠାରୁ ?

ପାରଳାଖେମୁଣ୍ଡି (କେନ୍ୟୁଜ୍) : ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି ଏକ ମୋବାଇଲ ଟ୍ୟାଙ୍କର । ଇଣ୍ଡିଆନ୍ ଅଏଲର ଏଭଳି ବାଟଘାଟରେ କେବେ ଠାରୁ ବୁଲି ବୁଲି ଖୁଚୁରାରେ ତେଲ ବିକିଲାଣି ଜଣା ନାହିଁ । ତେବେ ଏହି ଟ୍ୟାଙ୍କର ତେଲ ଦେଉଥିବାର ଦୃଶ୍ୟ ଆମେ କ୍ୟାମେରାରେ କଏଦ କରିଛୁ । ଟାଙ୍କିରେ ୧୫୦୦ ଲିଟର ପେଟ୍ରୋଲ ଏବଂ ୨୫୦୦ ଲିଟର ଡିଜେଲ ରହୁଛି।

GAJAPATI OIL TANKER-2

ତେଲ ଟାଙ୍କି ଗାଡ଼ିଟି ରାୟଗଡ଼ ବ୍ଳକର ବିଭିନ୍ନ ଅଞ୍ଚଳରେ ବୁଲି ଆବଶ୍ୟକ ଥିବା ଲୋକଙ୍କୁ ତେଲ ଦେଉଛି । ତା ସହିତ ପେଟ୍ରୋଲ ଟାଙ୍କି ନଥିବା ଅଞ୍ଚଳରେ ଖୁଚୁରାରେ ଅଧିକ ଦରରେ ତେଲ ବିକୁଥିବା କିଛି ବେପାରୀ ଏହି ଟ୍ୟାଙ୍କରର ବଡ଼ ଗ୍ରାହକ । ଏହାକୁ ସ୍ଥାନୀୟ ପେଟ୍ରୋଲ ଟାଙ୍କି ମାଲିକମାନେ ବିରୋଧ କରିଛନ୍ତି । ଏହା ବେଆଇନ୍ ବୋଲି ସେମାନେ କହିଛନ୍ତି । ତେଣୁ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

GAJAPATI OIL TANKER-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.