ସାଢ଼େ ୫ ଘଣ୍ଟା ପାଇଁ ଓଡ଼ିଶା ଆସିବେ ମୋଦି

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ା ବିମାନବନ୍ଦରର ଲୋକାର୍ପଣ କରିବେ । ଦିଲ୍ଲୀରୁ ସକାଳ ୬ଟା ୫୦ରେ ସ୍ୱତନ୍ତ୍ର ବିମାନ ଯୋଗ ଆସି ଭୁବନେଶ୍ୱର ବିମାନବନ୍ଦରରେ ୮ଟା ୫୫ ମିନିଟରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରୁ ସିଧାସଳଖ ଯିବେ ତାଳଚେର । ୯ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ତାଳଚେର ସ୍ଥିତ ବ୍ଲାକ୍‌ ଡାଇମଣ୍ଡ ଷ୍ଟାଡିୟମ ହେଲିପ୍ୟାଡ୍‌ରେ ଓହ୍ଲାଇବେ । ସେଠାରୁ ସଡ଼କପଥରେ ତାଳଚେର ଏଫ୍‌ସିଆଇ ପର୍ଯ୍ଯନ୍ତ ଯିବେ । ୧୦ଟାରୁ ୧୦ଟା ୨୦ ମିନିଟ ଭିତରେ ତାଳଚେର ସାର କାରଖାନାର ଶିଳାନ୍ୟାସ କାର୍ଯ୍ଯକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର ରହିଛି । ଏହାପରେ ବକ୍ସି ଜଗବନ୍ଧୁ ଷ୍ଟାଡିୟମରେ ସାଧାରଣ ସଭାରେ ଉଦବୋଧନ ଦେବେ ।

NARENDRA-MODIତାଳଚେର କାର୍ଯ୍ଯକ୍ରମ ସାରି ୧୧ଟା ୩୫ ମିନିଟରେ ଝାରସୁଗୁଡ଼ା ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ । ସେଠାରେ ୧୨ଟା ୩୫ ମିନିଟ୍‌ରେ ଓହ୍ଲାଇବେ । ରାଜ୍ୟର ଦ୍ୱିତୀୟ ବିମାନବନ୍ଦରକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ । ଏହାସହ ଉଡାନ ଯୋଜନାରେ ଝାରସୁଗୁଡ଼ାରୁ ବିମାନ ଚଳାଚଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହାସହ ଏନ୍‌ଟିପିସି ମାଇନ୍ସ ଏବଂ ଏମ୍‌ସିଏଲ୍‌ର ମାଇନ୍ସ ଓ ରେଲେଓ୍ଵ ଲାଇନ୍‌ର ବି ଉଦଘାଟନ କରିବେ । ପରେ ଅମଲିପାଲିରେ ସାଧାରଣ ସଭାରେ ଉଦବୋଧନ ଦେବେ । ଝାରସୁଗୁଡ଼ା କାର୍ଯ୍ଯକ୍ରମ ସାରି ଅପରାହ୍ନ ୨ଟା ୫୫ ମିନିଟରେ ଛତିଶଗଡ଼ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ । ପାଖପାଖି ସାଢ଼େ ୫ ଘଣ୍ଟାର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବେ ୧୦୦ ପ୍ଲାଟୁନ୍‌ ପୋଲିସ ଫୋର୍ସ । ଗସ୍ତକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି ।

 

Leave A Reply

Your email address will not be published.