କାମରେ ଉନ୍ନତି ଆଣିବା ପାଇଁ କରାଯାଇଥାଏ ଏହି ଠାକୁରଙ୍କ ପୂଜା, ଜାଣନ୍ତୁ ଏହି ଭଗବାନଙ୍କ ବିଷୟରେ ସବୁକିଛି

ଭାରତରେ ପ୍ରାୟେ ସମସ୍ତେ ପୂଜାପର୍ବ ମାନଙ୍କରେ ଘରେ ସୁଖଶାନ୍ତି ପାଇଁ ବିଭିନ୍ନ ପୂଜାପାଠ କରିଥାନ୍ତି । କିନ୍ତୁ ପ୍ରତିବର୍ଷ ୧୭ ସେପ୍ଟେମ୍ବରରେ ପାଳନ କରାଯାଉଥିବା ବିଶ୍ବକର୍ମା ପୂଜା ଏମିତି ଗୋଟିଏ ପୂଜା ଯାହା କର୍ମରେ ସ୍ଥାୟିତ୍ବ ବଜାୟ ରଖିବା ସହ ଉନ୍ନତି ପାଇଁ କରାଯାଇଥାଏ । ଏହି ବିଶ୍ବକର୍ମାଙ୍କ ପୂଜାରେ ମେସିନ୍ ଓ ଯନ୍ତ୍ରପାତି ଆଦି ଜିନିଷ ମାନଙ୍କର ପୂଜା କରାଯାଇଥାଏ । ଏହି ପୂଜା ଦିନ କୌଣସି ପ୍ରକାରର ଯନ୍ତ୍ରାଂଶକୁ ଚଲାଯାଇନଥାଏ । ଏଥିପାଇଁ ଆପଣ ଦେଖିଥିବେ କି ବିଶ୍ବକର୍ମା ପୂଜା ଦିନ ଲୋକେ ନିଜ ନିଜର ଗାଡି ଏବଂ ଅଫିସ୍ ମଧ୍ଯ ପୂଜା କରିଥାନ୍ତି ।

ଏବେ ଯାଣନ୍ତୁ କି ଭଗବାନ ବିଶ୍ବକର୍ମା କିଏ?

ଭଗବାନ ବିଶ୍ବକର୍ମା ବିଶ୍ବକର୍ତ୍ତା ଭାବେ ପରିଚିତ । ବିଶ୍ବାସ କରାଯାଏ କି ବିଶ୍ବକର୍ମା ଅନ୍ଯ ଦେବାଦେବୀ ମାନଙ୍କ ପାଇଁ ବଡ ବଡ ଅଟ୍ଟାଳିକା, ଅସ୍ତ୍ରଶସ୍ତ୍ର ସହ ସିଂଘାସନ ମାନ ନିର୍ମାଣ କରିଥିଲେ । ଏକଦା ଅସୁର ମାନଙ୍କ ନିର୍ଯାତନା ସହିନପାରି ଦେବତାମାନଙ୍କର ଗୁହାରୀ କ୍ରମେ ବିଶ୍ବକର୍ମା ମହର୍ଷି ଦଧିଚିଙ୍କ ହାଡରୁ ଦେବତାଙ୍କର ରାଜା ଇନ୍ଦ୍ରଙ୍କ ପାଇଁ ଏକ ବଜ୍ର ନିର୍ମାଣ କରିଥିଲେ । ଏହି ବଜ୍ର ଏତେ ପ୍ରଭାବଶାଳି ଥିଲା କି ଅସୁରମାନଙ୍କର ସର୍ବନାଶ ହୋଇଥିଲା । ଏହି କାରଣରୁ ସବୁ ଦେବତାମାନଙ୍କ ମଧ୍ଯରୁ ବିଶ୍ବାକର୍ମାଙ୍କର ଏକ ଅଲଗା ସ୍ଥାନ ରହିଛି । ବିଶ୍ବକର୍ମା ଏକାଧିକ ବଡ ବଡ ଅଟ୍ଟାଳିକା ନିର୍ମାଣ କରିଛନ୍ତି ।

god-vishwakarmaବିଶ୍ବକର୍ମା ରାବଣର ଲଙ୍କା, ଦ୍ବାରକା ନଗରୀ,ପାଣ୍ଡବଙ୍କ ପାଇଁ ଇନ୍ଦ୍ରପ୍ରସ୍ଥ ନଗରୀ ଆଉ ହସ୍ତିନାପୁରର ନିର୍ମାଣ କରିଥିଲେ । ଏହାସହ ଓଡିଶାର ଜଗନ୍ନାଥ ମନ୍ଦିରରେ ସ୍ଥାପିତ ଶ୍ରୀ ଜଗନ୍ନାଥ,ବଳଭଦ୍ର ଏବଂ ମା ସୁଭଦ୍ରାଙ୍କର ମୁର୍ତ୍ତୀ ବିଶ୍ବକର୍ମା ନିଜ ହାତରେ ନିର୍ମାଣ କରିଥିଲେ । ଏହାଛଡା ବିଶ୍ବକର୍ମା ଏମିତି ବହୁତ ଶକ୍ତିଶାଳି ଅସ୍ତ୍ରଶସ୍ତ୍ର ନିର୍ମାଣ କରିଛନ୍ତି ଯେଉଁଥିରେ ଶିବଙ୍କର ତ୍ରୀଶୂଳ, ବିଷ୍ଣଉଙ୍କର ସୁଦର୍ଶନ ଚକ୍ର, ଏବଂ ଯମରାଜଙ୍କର କାଳଦଣ୍ଡ ରହିଛି ।  କେବଳ ଏତିକି ନୁହେଁ ଦାନ ବୀର କର୍ଣ୍ଣଙ୍କର କୁଣ୍ଡଳ ଆଉ ପୁଷ୍ପକ ବିମାନ ମଧ୍ଯ ନିର୍ମାଣ କରିଛନ୍ତି ବିଶ୍ବକର୍ମା । ବିଶ୍ବାସ ରହିଛି ଯେ ରାବଣର ମୁତ୍ଯୁ ପରେ ରାମ, ଲକ୍ଷଣ ଏବଂ ସୀତା ଏହି ପୁଷ୍ପକ ବିମାନରେ ବସି ଅଯୋଧ୍ଯାକୁ   ଫେରିଥିଲେ ।

କେମିତି ପାଳନ କରାଯାଇଥାଏ ବିଶ୍ବକର୍ମା ପୂଜା?

biswaବିଶ୍ବକର୍ମା ପୂଜା ଘର ଛଡା ଅଫିସ୍, କାରଖାନା ମାନଙ୍କରେ ବିଷେଶ ଭାବେ ପାଳନ କରାଯାଇଥାଏ । ଯେଉଁମାନେ ଇଞ୍ଜିନିୟର, ଆରକିଟେକଚର,ଚିତ୍ରକାର,ମିସ୍ତ୍ରୀ ଏବଂ ଯନ୍ତ୍ରପାତୀ ଆଦିରେ କାମ କରିଥାନ୍ତି ସେମାନେ ଖାସ୍ କରି ଏହି ପୂଜାକୁ ବଡ ଉତ୍ସାହର ସହ ପାଳନ କରିଥାନ୍ତି । ଏହି ପୂଜା ଦିନ ଅଫିସ୍ ହେଉ କିମ୍ବା କାରଖାନା, ସବୁକୁ ବେଶ୍ ଭଲ ଭାବେ ସଫା କରାଯିବା ସହ ବିଶ୍ବକର୍ମାଙ୍କ ମୂର୍ତ୍ତୀ ଅଣାଯାଇ ସ୍ଥାପନ କରାଯିବା ପରେ ପୂଜାର୍ଚ୍ଚନା କରାଯାଇଥାଏ । ଘରେ ମଧ୍ଯ ଲୋକେ ନିଜର କମ୍ପ୍ଯୁଟର,ଲାପଟପ୍, ଆଦି ଅନ୍ଯ ମେସିନ୍ ଗୁଡିକୁ ପୂଜା କରିଥାନ୍ତି । ମନ୍ଦିର ମାନଙ୍କରେ ବିଶ୍ବକର୍ମା ଭଗବାନଙ୍କ ମୂର୍ତ୍ତୀ କିମ୍ବା ଫଟୋକୁ ବିଧିବିଧାନ ଅନୁସାରେ ପୂଜା କରାଯାଇଥାଏ । ଶେଷରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ ।

 

Leave A Reply

Your email address will not be published.