Below header

କାଳେ ଗୋଡରେ କାଦୁଅ ଲାଗିଯିବ ବୋଲି ! ପତ୍ନୀଙ୍କୁ କାନ୍ଧରେ ଉଠାଇ ନେଉଛନ୍ତି ଭୂଟାନର ପୂର୍ବତନ ପ୍ରଧାନମନ୍ତ୍ରୀ, ଜବରଦସ୍ତ ଭାଇରାଲ୍ ହେଉଛି ରୋମାଂଟିକ୍ ଫଟୋ

କୁହାଯାଏ ଏକ ସୁନ୍ଦର ଅନୁଭୂତି ହେଉଛି ପ୍ରେମ । ଯେଉଁଥିରେ ପ୍ରେମ କରୁଥିବା ଲୋକ ସାଥୀ ପାଇଁ ନିଜର ପଦ ଏବଂ ପ୍ରତିଷ୍ଠାକୁ ମଧ୍ୟ ଖାତିର୍ କରନ୍ତି ନାହିଁ । ଇତିହାସରେ ଅନେକ ପ୍ରେମକାହାଣୀ ଆପଣ ପଢିଥିବେ ନିଶ୍ଚୟ । ଏବେ ଆମେ ଆପଣଙ୍କୁ ପ୍ରକୃତ ପ୍ରେମର ଆଉ ଏକ ଉଦାହରଣ ଦେଖାଇବାକୁ କହିବାକୁ ଯାଉଛୁ । ଯାହା ଗତ ୨୪ ଘଂଟା ମଧ୍ୟରେ ସୋସିଆଲ୍ ମଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଗୋଡରେ ଯେମିତି କାଦୁଅ ନଲାଗିବ ସେଥିପାଇଁ ଭୂଟାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ତୋବଗେ ନିଜ ପତ୍ନୀଙ୍କୁ କାନ୍ଧରେ ଉଠାଇ ନେଉଛନ୍ତି । ପତ୍ନୀଙ୍କ ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରେମର ମୁହୂର୍ତ୍ତଟିକୁ ସୋସିଆଲ୍ ମିଡିଆରେ ଜବରଦସ୍ତ ସେୟାର୍ ହେବାରେ ଲାଗିଛି । ଭାଇରାଲ୍ ହୋଇଥିବା ଏହି ଯୋଡି ଏବଂ କେମିଷ୍ଟ୍ରିକୁ ପ୍ରଶଂସା କରି କରି ଥକୁ ନାହାଁନ୍ତି  ଦେଶବାସୀ  ।

ଏହି ଫଟୋଟିକୁ ପ୍ରଥମେ ତୋବଗେ ନିଜେ ପୋଷ୍ଟ କରିଥିଲେ । ଏହା ସହ ଲେଖିଥିଲେ ’ସାର୍ ୱାଲଟର୍ ରେଲିଗଙ୍କ ପରି ଡ୍ୟାସିଙ୍ଗ୍ ତ ନୁହେଁ କିନ୍ତୁ ଗୋଟିଏ ପୁରୁଷ ତାହା କରୁଛି ଯାହା ତାର ପତ୍ନୀଙ୍କର ପାଦ ସଫା ରଖିବାକୁ କରିବା ଉଚିତ୍’ ।

କିଏ ଏହି ୱାଲଟର୍ ରେଲିଗ

ୱାଲଟର୍ ରେଲିଗ, ଯାହାଙ୍କ କଥା ନିଜ ପୋଷ୍ଟରେ ଲେଖିଛନ୍ତି ତୋବଗେ ସିଏ ବି ଏମିତି କିଛି କରିଥିଲେ । କୁଇନ୍ ଏଲିଜାବେଥଙ୍କ ପାଦ ଅପରିଷ୍କା ନହୋଇଯାଉ ସେଥିପାଇଁ ରେଲିଗ୍ ନିଜ ପିନ୍ଧା କପଡା ବାହାରକରି କାଦୁଅ ରାସ୍ତାରେ ବିଛାଇଦେଇଥିଲେ । କୁହାଯାଏ କୁଇନ୍ ଏଲିଜାବେଥଙ୍କ ବିଶ୍ବାସଯୋଗ୍ୟ ଲୋକମାନଙ୍କ ମଧ୍ୟରୁ ସେ ଥିଲେ ଅନ୍ୟତମ । କିନ୍ତୁ ଜଣେ ଚାକରାଣୀ ସହ ପ୍ରେମ ସଂପର୍କ ଥିବା ଅଭିଯୋଗରେ ପରେ ତାଙ୍କ ମୁଣ୍ଡ କାଟିଦିଆଯାଇଥିଲା ।
୨୦୧୩ ରୁ ୨୦୧୫ ପର‌୍ୟ୍ୟନ୍ତ ଭୁଟାନର ପ୍ରଧାନମନ୍ତ୍ରୀ ଥିଲେ ତୋବଗେ । ତାଙ୍କ ପତ୍ନୀଙ୍କ ନାଁ ହେଉଛି ଟାଶୀ ଡୋମା ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.