Below header

ବଲାଙ୍ଗିର SBI ମୁଖ୍ୟଶାଖାରେ ସରିଲା ଟଙ୍କା ଗଣତି, ପ୍ରାୟ ୩ ଶହ କୋଟି ଟଙ୍କା ମିଳିଥିବା ସୂଚନା

ବଲାଙ୍ଗିର SBI ମୁଖ୍ୟଶାଖାରେ ସରିଲା ଟଙ୍କା ଗଣତି । ପ୍ରାୟ ୨୫ଟି ମେସିନ୍‌ରେ ୫୦ କର୍ମଚାରୀଙ୍କ ଦ୍ୱାରା ଗଣତି ଶେଷ ହୋଇଛି । ୫ ଦିନ ଲଗାତାର ଗଣତି ପରେ ଆଜି ଗଣତି ସରିଛି । ଗଣତିରେ ପ୍ରାୟ ୩ ଶହ କୋଟି ଟଙ୍କା ମିଳିଥିବା ସୂଚନା ରହିଛି।

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର SBI ମୁଖ୍ୟଶାଖାରେ ସରିଲା ଟଙ୍କା ଗଣତି । ପ୍ରାୟ ୨୫ଟି ମେସିନ୍‌ରେ ୫୦ କର୍ମଚାରୀଙ୍କ ଦ୍ୱାରା ଗଣତି ଶେଷ ହୋଇଛି । ୫ ଦିନ ଲଗାତାର ଗଣତି ପରେ ଆଜି ଗଣତି ସରିଛି । ଗଣତିରେ ପ୍ରାୟ ୩ ଶହ କୋଟି ଟଙ୍କା ମିଳିଥିବା ସୂଚନା ରହିଛି।

ଟଙ୍କା ଭର୍ତ୍ତି ୧୭୬ଟି ବ୍ୟାଗର ଚାଲିଥିଲା କାଉଁଣ୍ଡିଂ । ଟଙ୍କା ଗଣତି ପରେ ବାଇଣ୍ଡିଂ ଚାଲିଛି । ଆଜି ଛୁଟି ଦିନ ହୋଇଥିଲେ ସୁଦ୍ଧା ବ୍ୟାଙ୍କ କର୍ମଚାରୀ ମାନେ ଟଙ୍କା ଗଣିଥିଲେ । ଏକାଠି ଏତେ ପରିମାଣର ବଣ୍ଡଲ ବଣ୍ଡଲ ଟଙ୍କା ଦେଖି ବ୍ୟାଙ୍କ କର୍ମଚାରୀ ବି ଚକିତ ହୋଇଥିଲେ । ସେପଟେ ବଲାଙ୍ଗୀର ସୁଦପଡ଼ାର ବୌଦ୍ଧ ଡିଷ୍ଟିଲାରୀସ ପ୍ରାଇଭେଟ ଲିମିଟେଡରେ ପଞ୍ଚମ ଦିନରେ ଜାରି ରହିଛି ଆୟକର ଚଢଉ। ଏଠାରୁ ୨ଶହ କୋଟି ଟଙ୍କା ଜବତ ହୋଇଥିବା ବେଳେ ତାର ଗଣତି ଚାଲିଛି। ଆୟକର ଅଧିକାରୀମାନେ ଆଜି ଚଢଉ କରି ବିଭିନ୍ନ କାଗଜପତ୍ର ଜବତ କରି ଯାଞ୍ଚ କରିବା ସହ ଭାଟି କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ସୁଦପଡ଼ା ଭାଟି, ମଦ ଭାଟି ମ୍ୟାନେଜରଙ୍କ ଘରେ ମଧ୍ୟ ଚାଲିଛି ରେଡ। ସେହିପରି ବୌଦ୍ଧ ଡିଷ୍ଟିଲାରିସର ମାଲିକ ତଥା ସାସଂଦ ଧୀରଜ ସାହୁଙ୍କ ରାଞ୍ଚି ସ୍ଥିତ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଜାରି ରହିଛି ଚଢଉ।

ଡିସେମ୍ବର ୬ରୁ ୧୦। ୫ଦିନ ହୋଇଗଲା ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧିରଜ ସାହୁଙ୍କ ସହ ଓଡ଼ିଶାରେ ମଦ ବେପାରର ସାମ୍ରାଜ୍ୟ ବିଛାଇଥିବା ବ୍ୟବସାୟୀଙ୍କ ଲିଙ୍କ୍ ପରଠୁ ଜାରି ରହିଛି ନନଷ୍ଟପ୍ ରେଡ୍, ଚାଲିଛି ନୋଟ୍ ଗଣତି। ଗତକାଲି ସୁଦ୍ଧା ଟିଟିଲାଗଡ଼ରୁ ଜବତ ନୋଟର ପରିମାଣ ୧୧ କୋଟି ଓ ସମ୍ବଲପୁର ଧନୁପାଲିର ବଳଦେବ ସାହୁ ଆଣ୍ଡ ସନ୍ସ ପାଖରୁ ଜବତ ନୋଟର ପରିମାଣ ୩୭ କୋଟି ୫୦ ଲକ୍ଷ ଟଙ୍କାରେ ପହଞ୍ଚିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.