ବାଲିଗୁଡ଼ାରେ ବଣ୍ଟା ଯାଉଛି ଟଙ୍କା, ଭୋଟରଙ୍କୁ ପ୍ରଲୋଭିତ କରାଯାଉଥିବା ଅଭିଯୋଗ

ବାଲିଗୁଡ଼ା (କେ ନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବଣ୍ଟା ଯାଉଛି ଟଙ୍କା । ନିର୍ବାଚନ ବେଳେ ଭୋଟରଙ୍କୁ ଟଙ୍କା ଦ୍ୱାରା ପ୍ରଲୋଭିତ କରାଯାଉଥିବା ଅଭିଯୋଗ। ଏକ ନିର୍ଦ୍ଦିଷ୍ଟ ଦଳ ପ୍ରାର୍ଥୀଙ୍କ ପୁସିଂ କାର୍ଡରେ ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି । ଏଭଳି ଫଟୋ ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆରେ ବି ଜୋରଦାର ଚର୍ଚ୍ଚା। ପୁସିଂ କାର୍ଡରେ ଟଙ୍କା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୂଚନା ମିଳିଛି। ଅଭିଯୋଗ ପରେ ରିଟର୍ଣ୍ଣିଂ ଅଫିସର ସଂପୃକ୍ତ ପ୍ରାର୍ଥୀଙ୍କୁ ନୋଟିସ୍‌ ଜାରି କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍‌ର ଜବାବ ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

You might also like