Below header

ଖୋର୍ଦ୍ଧା ପଦ୍ମପୁର ଗାଁରେ ଦଶ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କଲା ପୋଲିସ୍, ୨ ଗିରଫ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଦ୍ମପୁର ଗାଁରେ ଅତର୍କୀତ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ଚୋରା ବାଣ ବିକ୍ରି କରୁଥିବା ୨ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଚୋରା ବାଣ ବ୍ୟବସାୟୀଙ୍କ ଦୋକାନ, ବାସଭବନରୁ ବିପୁଳ ପରିମାଣର ବାଣ ଜବତ ହୋଇଛି । ଆନୁମାନିକ ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

କରୋନା ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପତ୍ର ସଂଖ୍ୟା 6218 ତା 3/11/2020 ଅନୁଯାୟୀ ଚଳିତ ମାସ ୧୦ ଠାରୁ ୩୦ ପର୍ଯ୍ୟନ୍ତ ବାଣ ତିଆରି ଓ ଫୁଟାଇବା ଉପରେ ରୋକ ଲାଗିଥିଲା । ଏହି ଆଧାରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ବାଣ ବିକ୍ରିକୁ ବାରଣ କରାଯାଇଥିବାବେଳେ, ଜିଲ୍ଲାର ସମସ୍ତ ତହସିଲଦାର ଓ ପୋଲିସ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। କୋଣସି ସୂତ୍ରରୁ ଖବର ପାଇ ପୋଲିସ ଗତକାଲି ରାତିରେ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ବାଣପୁର ଥାନା ଏସଆଇ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ମିଳିତ ଭାବେ ଏକ ଟିମ୍ ୩ଟି ସ୍ଥାନରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିଲେ ।

policeଉକ୍ତ ଚଢ଼ାଉରେ ବାଣପୁର ଏସ.ଆଇ ବିଜୟ ମଲ୍ଲିକ, ପ୍ରସନ୍ନ ଜେନା, ରାଜକିଶୋର ବେହେରା, ସି.ଏସ.ଆଇ ଆଶୁତୋଷ ପାଇକରାୟ, ଜ୍ୟୋଛନାରାଣୀ ଖୁଣ୍ଟିଆ ଏବଂ ଗମ୍ଭାରୀମୁଣ୍ଡା ଫାଣ୍ଡି କର୍ମଚାରୀମାନେ ସାମିଲ ଥିଲେ । ବିଳମ୍ବିତ ରାତ୍ରିରେ ଜବତ ବାଣ ସବୁ ବାଣପୁର ଥାନାକୁ ଆସିବା ସହ ଅଶୋକଙ୍କୁ କେସ୍ ନମ୍ବର 350/20 ରେ ବାଣପୁର ପୋଲିସ ଗିରଫ କରିଛି । ଗମ୍ଭାରୀମୁଣ୍ଡା ଫାଣ୍ଡି ଠାରୁ ମାତ୍ର କେଇ ମିଟର ଦୂରରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ କାରବାର ଚାଲିଥିବା ବେଳେ ପୋଲିସ କିପରି ଏହା ଜାଣିପାରିଲାନାହିଁ । ଆହୁରି ଅନେକ ସ୍ଥାନରେ ଏଭଳି ଚୋରା ବାଣ ବିକ୍ରୀ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏଣୁ ସ୍ଥାନୀୟ ପ୍ରଶାସନ ତରଫରୁ ଆଉ ଟିକେ ସଜାଗ ହେଲେ, ଆଗାମୀ ଦିନରେ ଆହୁରି ବିକ୍ରୀ କରୁଥିବା ବେପାରୀ ନିଷ୍କ୍ରିୟ ହେବେ ବୋଲି ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.