ପାଣି ନୁହେଁ ପଡିଆରେ ବୁଲୁଥିଲା କୁମ୍ଭୀର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ ଏ କ’ଣ ଡାଏନସୋର୍‌!

ଫ୍ଲୋରିଡାରେ ବାତ୍ୟା ସମୟରେ ଗଲ୍ଫ କୋର୍ସ ପଡିଆରେ ଏକ ବଡ ମଗରମାଛ(କୁମ୍ଭୀର) ବୁଲୁଥିବାର ନଜର ଆସିଛି। ଗତ ବୁଧବାର ଦିନ ଜଏଣ୍ଟ ଗାଟୋର ନାପଲେସର ଭାଲେନ୍ସିଆ ଗଲ୍ଫ ଏବଂ କଣ୍ଟ୍ରି କ୍ଲବ ପଡିଆରେ ମାର୍ଚ୍ଚ କରୁଥିବା ଦେଖିବାକୁ ମିଳିଥିଲା। ଫ୍ଲୋରିଡ଼ାରେ ବଡ଼ କୁମ୍ଭୀରମାନେ ଅସାଧାରଣ ନୁହଁନ୍ତି । ଏହି ରାଜ୍ୟରେ ପାଖାପାଖି ୧.୨୫ ମିଲିୟନ କୁମ୍ଭୀର ରହିଛନ୍ତି। ଏହି ବଡ କୁମ୍ଭୀରକୁ ଦେଖି ଲୋକଙ୍କ ହୋସ୍‌ ଉଡିଯାଇଥିଲା। ଅନେକ ଲୋକମାନେ ମଧ୍ୟ ଏହି ମଗରମାଛର ତୁଳନା ଡାଏନାସୋର୍‌ ସହ କରିଛନ୍ତି।

crocodile1ସୋସିଆଲ ମିଡିଆରେ ସେୟାର କରିଥିବା ଏହି ଭିଡିଓର ସୁଟିଂ କରି ଟାୟଲର ଷ୍ଟେଲିଂଗ କହିଛନ୍ତି, ଏହା ସବୁଠାରୁ ବଡ କୁମ୍ଭୀର ଯାହା ଦେଖିବାକୁ ଡାଏନାସୋର୍‌ ଭଳି। ଏଥିସହ ସେ କହିଛନ୍ତି, ପ୍ରଥମେ ମୁଁ ଏଭଳି ଜୀବକୁ ଦେଖି ବେହୋସ୍‌ ହୋଇଯାଇଥିଲି କାରଣ ଜୀବନରେ ମୁଁ ଏହା ପ୍ରଥମ ଥର ଦେଖିଲି।

ଭାଲେନ୍ସିଆ ଗଲ୍ଫ ଏବଂ କଣ୍ଟ୍ରି କ୍ଲବ ଏହି ଭିଡିଓକୁ ଫେସବୁକରେ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ଚଳନ୍ତା ଗାଡିରୁ ସୁଟିଂ ହୋଇଥିବା ଏହି ଭିଡିଓରେ ଜୋରରେ ବର୍ଷା ହେଉଥିବା ବେଳେ କୁମ୍ଭୀରଟି ପଡିଆରେ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.