Below header

ନୂଆ ବର୍ଷରେ ବୁଲିବାକୁ ଆସି ପାଣି ମଝିରେ ଫସିଲେ ୧୫ରୁ ଅଧିକ ପର୍ଯ୍ୟଟକ

ନୀଳଗିରିଥାନା ସିଆଡିମାଳ ପଂଚାୟତ ବାବନ୍ଧ ଗ୍ରାମରେ ବଡ଼ ଅଘଟଣ। ନୂଆ ବର୍ଷରେ ବୁଲି ଆସିବାକୁ ଯାଇ ଡ୍ୟାମ ମଝିରେ ବୁଡିଲେ ୧୫ରୁ ଅଧିକ ପର୍ଯ୍ୟଟକ। ସୂଚନା ଅନୁଯାୟୀ, ଗ୍ରାମ ମଧ୍ୟଦେଇ ଯାଇଥିବା ବୁଗାଳିବନ୍ଧ ଡ୍ୟାମ ଅପର ପର୍ଶ୍ଵରେ ଏକ ଟାପୁରେ କୁମ୍ଭକ୍ଷେତ୍ର ନାମରେ ଏକ ରିସର୍ଟ ରହିଛି ।

ନୀଳଗିରି : ନୀଳଗିରିଥାନା ସିଆଡିମାଳ ପଂଚାୟତ ବାବନ୍ଧ ଗ୍ରାମରେ ବଡ଼ ଅଘଟଣ। ନୂଆ ବର୍ଷରେ ବୁଲି ଆସିବାକୁ ଯାଇ ଡ୍ୟାମ ମଝିରେ ବୁଡିଲେ ୧୫ରୁ ଅଧିକ ପର୍ଯ୍ୟଟକ। ସୂଚନା ଅନୁଯାୟୀ, ଗ୍ରାମ ମଧ୍ୟଦେଇ ଯାଇଥିବା ବୁଗାଳିବନ୍ଧ ଡ୍ୟାମ ଅପର ପର୍ଶ୍ଵରେ ଏକ ଟାପୁରେ କୁମ୍ଭକ୍ଷେତ୍ର ନାମରେ ଏକ ରିସର୍ଟ ରହିଛି ।

ଯେଉଁଠି ଯିବାକୁ ମାଟି ହାଣ୍ଡିରେ ନିର୍ମିତ ଭେଳା ଜରିଆରେ ପର୍ଯ୍ୟଟକ ଯାଉଥିଲେ। ଆଜି ନୂଆ ବର୍ଷ ଯୋଗୁ ଅତ୍ୟାଧିକ ପର୍ଯ୍ୟଟକ ଯୋଗୁ ଭେଳାରେ ପର୍ଯ୍ୟଟକ ବୁଲି ଫେରିବା ସମୟରେ ଭେଳାଟି ଭାଙ୍ଗି ବହୁ ପର୍ଯ୍ୟଟକ ପାଣିରେ ଫସିଥିବା ବେଳେ ସ୍ଥାନୀୟ ଲୋକମାନେ ଦେଖି ଜଳ ମଧ୍ୟରେ ପଶି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଏହି ରିସର୍ଟ ଟି ବେଆଇନ କି ଆଇନ ସଂଗତ ତାହା ଉପଜିଲ୍ଲାପାଳ ତହସିଲଦାର କୌଣସି ସ୍ପଷ୍ଟକାରଣ କରି ପାରିନହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.