ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ହେଲା ଏକୋଇଶିଆ

ସଜେଇ ହୋଇଛି ବେଲୁନ ସହ ଫୁଲ ମାଳ, ଚାଲିଛି ହୋମ ସହ ପୂଜାର୍ଚନା l ଏ କୌଣସି ଘରର ଦୃଶ୍ୟ ନୁହଁ ଏ ହେଉଛି ବୁର୍ଲା ଭୀମସାର ଏସଏନସିୟୁର ଦୃଶ୍ୟ l ଏହି ଏସଏନସିୟୁ ରେ ଚାଲିଛି ଜଣେ ଶିଶୁ କନ୍ୟାର ଏକୋଇସିଆ ପର୍ବ l

ସମ୍ବଲପୁର: ସଜେଇ ହୋଇଛି ବେଲୁନ ସହ ଫୁଲ ମାଳ, ଚାଲିଛି ହୋମ ସହ ପୂଜାର୍ଚନା l ଏ କୌଣସି ଘରର ଦୃଶ୍ୟ ନୁହଁ ଏ ହେଉଛି ବୁର୍ଲା ଭୀମସାର ଏସଏନସିୟୁର ଦୃଶ୍ୟ l ଏହି ଏସଏନସିୟୁ ରେ ଚାଲିଛି ଜଣେ ଶିଶୁ କନ୍ୟାର ଏକୋଇସିଆ ପର୍ବ l ଏହି ଶିଶୁ କନ୍ୟାଟି ଆଉ କେହି ନୁହେଁ ଗତ ୧୨ ଡିସେମ୍ବର ୨୦୨୩ରେ ଏକ ପରିତ୍ୟକ୍ତ ବୋରୱେଲରୁ ରାତି ପ୍ରାୟ ୯.୪୦ ମିନିଟରେ ବହୁ ପରିଶ୍ରମ କରି ଉଦ୍ଧାର କରାଯାଇଥିଲା l ଆଉ ସେହିଦିନ ଠାରୁ ଉକ୍ତ ଶିଶୁ କନ୍ୟାର ଭୀମସାରରେ ଚାଲିଥିଲା ଚିକିତ୍ସା l

ଜୀବନ ଯୁଦ୍ଧରେ ବିଜୟୀ ହୋଇଥିବା ନବଜାତ ଶିଶୁ କନ୍ୟା ବିଜୟିନୀର ଆଜି ବୁର୍ଲା ମେଡିକାଲ ପାଳନ କରୁଛି ଏକୋଇସିୟା ପର୍ବ l ଯଶୋଦା ହୋଇ ମା ଭଳି ପାଳନ କରିଥିବା ଅନେକ ମା ଆଜି ଖୁସିରେ ବିଭୋର l ହେଲେ ଏପର୍ଯ୍ୟନ୍ତ ତାର ପ୍ରକୃତ ମା ଓ ବାପା କିଏ ଜାଣି ପାରିଲା ନାହିଁ ବିଜୟିନୀ l ଶିଶୁଟିର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ସହ ଡାକ୍ତରଖାନାରେ ହସୁଛି ଖେଳୁଛି । ଶିଶୁଟି ନିଶ୍ୱାସ ପ୍ରଶ୍ୱାସ ନେବା ସହ ସାଧାରଣ ଭାବେ ଖାଦ୍ୟ ଗ୍ରହଣ କରୁଛି । ଏପରିକି ତା ଶରୀରରେ ହୋଇଥିବା କ୍ଷତ ଚିହ୍ନ ସବୁ ଶୁଖିବା ସହ ସବୁ ଭଲ ହୋଇଗଲାଣୀ । ସେ ଆଉ ସବୁଠାରୁ ବଡ଼ କଥା ହେଉଛି ଡାକ୍ତରମାନେ ଏହି ଶିଶୁର ନାଁ ଦେଇଛନ୍ତି ବିଜୟନୀ । ଜୀବନ ଯୁଦ୍ଧରେ ବିଜୟ ହୋଇଥିବା ଯୋଗୁଁ ଶିଶୁକନ୍ୟାର ନା ମେଡିକାଲ କତ୍ତୃପକ୍ଷ ବିଜୟିନୀ ରଖିଲେ l

ପର କରିଦେଲା ପରିବାର, ଓ ପର କରିଦେଲେ ବାପା ଓ ମା l ହେଲେ ଆଦରିନେଲା ଭୀମସାର ଆଉ ନାଁ ପାଇଲା ବିଜୟିନୀ l କେବଳ ନାଁ ପାଇନି ବରଂ ଭୀମସାରର ଡାକ୍ତରଙ୍କ ଠାରୁ ପାଇଲା ସ୍ନେହ, ମମତା ଓ ଆଦର l ଏହାସହ ବିଜୟିନୀ ପାଲଟିଗଲା ପୁରା ଭୀମସାରର ଝିଅ l ପୂଜାର୍ଚନା ପରେ ବାହାରେ ଥିବା ଅନେକ ମାଁ ମାନଙ୍କୁ କେକ ଦିଆଯାଇ ଖୁସି ବଣ୍ଟା ଯାଇଥିଲା l
ଜୀବନ ଯୁଦ୍ଧରେ ବିଜୟ ହୋଇଥିବା ବିଜୟିନୀ ଆଉ କିଛି ଦିନ ପରେ ବାହରିବ ମେଡିକାଲରୁ l ଏହା ପରେ ବିଜୟିନୀର ଭାଗ୍ୟ ନିର୍ଦ୍ଧାରଣ କରିବ ପ୍ରଶାସନ । ତେବେ ଶିଶୁ କନ୍ୟାକୁ ବୋରୋେଓ୍ଵଲ ଭିତରେ କିଏ ଫୋପାଡ଼ି ଚାଲିଗଲା ତାହା ପୋଲିସ ସ୍ପଷ୍ଟ କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.