Below header

ବସ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର

ଅନୁଗୋଳ(କେନ୍ୟୁଜ୍): ବସ୍ ଓ ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା, ୨୫ରୁ ଅଧିକ ଗୁରୁତର । ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥ ବତିସୁଆଁ ଗ୍ରାମ ନିକଟରେ ଏକ OSRTC ଯାତ୍ରୀବାହି ବସ୍ ଏବଂ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବସରେ ଥିବା ୨୫ ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବରପାଇ ପାଳଲହଡା ଦମକଳ ବାହୀନି,ପୋଲିସ୍ ପହଁଚି ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ପାଳଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଇଥିଲେ।

ସୂଚନା ଅନୁସାରେ OSRTC ବସ୍ ଟି ପାଳଲହଡା ପଟୁ ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ ବତିସୁଆଁ ଗ୍ରାମ ନିକଟରେ ବିପରିତ ଦିଗରୁ ଆସୁଥିବା ତେଲ ଟ୍ୟାଙ୍କର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ରାସ୍ତା ପାର୍ଶ୍ବରେ ପୂର୍ବରୁ ଖରାପ ହୋଇ ଠିଆ ହୋଇଥିବା ଏକ ଟ୍ରକକୁ ଟ୍ୟାଙ୍କରଟି ଅତିକ୍ରମ କରୁଥିବା ବେଳେ ବୁଲାଣି ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ପ୍ରକାଶ କରିଛି । ଘଟଣାସ୍ଥଳରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.