Below header

ବର୍ଷା ନ ହେବାରୁ ଚିନ୍ତିତ ମହିଳାମାନେ ବିଜେପି ବିଧାୟକଙ୍କୁ ବୋଳିଲେ କାଦୁଅ, ଜାଣନ୍ତୁ କଣ ରହିଛି ଏଠାର ପରମ୍ପରା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମହାରାଜଗଞ୍ଜରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଦେଶର କିଛି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଉତ୍ତର ପ୍ରଦେଶରେ ସୁଖା ପଡ଼ିଛି । ନିଅଣ୍ଟିଆ ବର୍ଷା କାରଣରୁ ଉତ୍ତର ପ୍ରଦେଶର ଅନେକଗୁଡ଼ିଏ ଜିଲ୍ଲାରେ ଲୋକେ ଗରମରେ ଛଟପଟ ହେଉଛନ୍ତି । ମହାରାଜଗଞ୍ଜରେ ବର୍ଷା ନ ହେବାରୁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଏଠାକାର ପରଂପରା ଯେ, କୌଣସି ବ୍ୟକ୍ତିଙ୍କ ଉପରେ କାଦୁଅ ଫିଙ୍ଗିଲେ ଅର୍ଥାତ ଗାଧୋଇଲେ ଇନ୍ଦ୍ର ଦେବତା ଖୁସି ହୁଅନ୍ତି ଏବଂ ଶୀଘ୍ର ବର୍ଷା କରାଇଥାନ୍ତି ।

ଏହି ପରଂପରା ଅନୁସାରେ ପିପରଦେଉରା ଗାଁରେ ମହିଳାମାନେ କଜରୀ ଗୀତ ଗାଇ ସଦର ବିଧାୟକ ଜୟ ମଙ୍ଗଲ କନ୍ନୌଜିଆ ଓ ନଗର ପାଲିକା ଅଧ୍ୟକ୍ଷ କୃଷ୍ଣ ଗୋପାଳ ଜୟସ୍ୱାଲଙ୍କୁ ମଙ୍ଗଳବାର ରାତିରେ କାଦୁଅରେ ଗାଧୋଇଛନ୍ତି । ମହିଳାମାନେ ଏ ନେଇ କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ବର୍ଷା ଅଭାବରୁ ତାତିରେ ଲୋକେ ତ୍ରାହୀ ତ୍ରାହୀ ଡାକୁଛନ୍ତି। ଏହି ଅଞ୍ଚଳରେ ଏକ ବିଶ୍ୱାସ ରହିଛି। ଯେ କୌଣସି ବ୍ୟକ୍ତିଙ୍କୁ କାଦୁଅରେ ଗାଧୋଇ ଦେଲେ ଇନ୍ଦ୍ର ଦେବ ପ୍ରୀତ ହୁଅନ୍ତି,ଆଉ ବର୍ଷା ହୁଏ।

ଏହି ପରମ୍ପରାରେ ଭାଗ ନେବା ପାଇଁ ପହଞ୍ଚଥିଲେ ବିଜେପି ନେତା ମଙ୍ଗଲ କନୋଜା ଏବଂ ମ୍ୟୁନିସିପାଲ କାଉନସିଲ ପ୍ରେସିଡେଣ୍ଟ କ୍ରିଷ୍ଣା ଗୋପାଳ ଜୈସ୍ୱାଲ। ଗାଁରେ ପହଞ୍ଚିବା ପରେ ମହିଳା ଓ ଗାଁର ଲୋକମାନେ ମିଶି ନେତାମାନଙ୍କ ଦେହରେ କାଦୁଅ ଲେପିଥିଲେ। ଅନ୍ୟପଟରେ ବିଧାୟକ ଜୟମଙ୍ଗଲ କନ୍ନୌଜିଆ କହିଛନ୍ତି ଯେ, ଭୀଷଣ ଗରମରେ ସବୁ ଲୋକ ଚିନ୍ତିତ ଅଛନ୍ତି । ବର୍ଷା ନ ହେବା କାରଣରୁ ଚାଷ ଜମି ସୁଖିଲା ପଡ଼ିଛି । ସଦର ନଗରପାଲିକା ଚେୟାରମ୍ୟାନ କୃଷ୍ଣ ଗୋପାଳ ଜୟସ୍ୱାଲଙ୍କ କହିବା ଅନୁସାରେ ଯେଉଁଭଳି ଭାବରେ ପରଂପରାରେ ଗ୍ରାମାଞ୍ଚଳର ରାଜା-ମହରାଜାମାନେ ବର୍ଷା ନହେବାରୁ ତାଙ୍କର କଜରୀ ଗୀତ ଗାଈ ଗାଧୋଉଥିଲେ, ସେହି ପରଂପରାରେ ଗ୍ରାମାଞ୍ଚଳ ମହିଳାମାନେ ମୋତେ ଓ ସଦର ବିଧାୟକଙ୍କୁ କାଦୁଅରେ ଗୋଧୋଇଛନ୍ତି । ପରମ୍ପରା ସରିବା ପରେ ଉଭୟ ନେତା ଓ ମହିଳାମାନେ ଖୁସି ବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଉତ୍ତର ପ୍ରଦେଶର ୭୦ ଜିଲ୍ଲାରେ ହାରାହାରି ବର୍ଷା ଠାରୁ କମ୍ ବୃଷ୍ଟିପାତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.