ରାଜ୍ୟ ସରକାରଙ୍କୁ କମିଟିର ସୁପାରିସ୍; ବିଧାୟକ ପାଣ୍ଠି ୫ କୋଟିକୁ ବୃଦ୍ଧି କରାଯାଉ

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟ ସରକାର MLA ଲାଡ୍‌କୁ ୩ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରନ୍ତୁ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ବଜେଟ୍‌ ପରିମାଣ ୧ହଜାର କୋଟିକୁ ବୃଦ୍ଧି କରାଯାଉ। ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଗଠିତ ଯୋଜନା ଓ ସଂଯୋଜନା ବିଭାଗର ସ୍ଥାୟୀ କମିଟ ତାଙ୍କ ରିପୋର୍ଟରେ ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ଥାୟୀ କମିଟି ବିଭାଗର ପ୍ରମୁଖ ସଚିବଙ୍କ ବିରୋଧରେ ବର୍ଷିଛନ୍ତି। ବିଧାନସଭାରେ ବିଭିନ୍ନ ବିଭାଗ ପାଇଁ ଗଠିତ ସ୍ଥାୟୀ କମିଟି ତାଙ୍କ ରିପୋର୍ଟ ଉପସ୍ଥାପନ କରିଛନ୍ତି।

ଯୋଜନା ଓ ସଂଯୋଜନା ବିଭାଗ କମିଟି ତାଙ୍କ ସୁପାରିଶରେ କହିଛନ୍ତି, ରାଜ୍ୟ ସରକାର ପଛୁଆ ଅଞ୍ଚଳ ବୋଲି କେବିକେ , ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓ ବିଜୁ କନ୍ଧମାଳ ଯୋଜନା ଅନ୍ତର୍ଗତ ଅଞ୍ଚଳ ଲାଗି ଯେଭଳି ଯୋଜନା କରିଛନ୍ତି ଠିକ୍‌ ସେମିତି ଉପକୂଳ ଅଞ୍ଚଳ ପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନା କରନ୍ତୁ। ୮ ଜିଲ୍ଲାରେ ଖାଉଟି କଲ୍ୟାଣ ପରିଷଦ ଅଚଳ, ୨୨ରେ ଗଠନ ହୋଇନି। ବନ୍ୟା-ମରୁଡ଼ି ପ୍ରବଣ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଯୋଜନା ହେଉ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.